ନିଦ ନହେବାରୁ ଜୀବନ ହାରିଲେ ଛାତ୍ରୀ !
ନିଦ ନହେବାରୁ ଜୀବନ ହାରିଲେ ଛାତ୍ରୀ !
ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ଜାମୁକୋଳି ବରକୁଦାସ୍ଥିତ ଏକ ଘରୋଇ ନର୍ସିଂ କଲେଜର ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ସେ ହେଲେ କୁନି କହଁର । ଏୟାରଫିଲ୍ଡ ଥାନା ପୁଲିସ ଛାତ୍ରୀଙ୍କ ମୃତଦେହ ଜବତ କରିଛି । ତେବେ ମୃତଦେହର ଗୋଡ଼ ତଳେ ଲାଗିଥିବାରୁ ତାଙ୍କୁ ହତ୍ୟା କରି ଆତ୍ମହତ୍ୟା ରୂପ ଦେବାକୁ ଚେଷ୍ଟା କରିଥିବା ପୁଲିସ ସନ୍ଦେହ କରୁଛି ।
ସୂଚନା ମୁତାବକ, କୁନିଙ୍କ ଘର ବଲାଙ୍ଗୀରରେ । ସେ ଏଠାରେ ବର୍ଷେ ହେଲା ନର୍ସିଂ ପଢ଼ୁଥିଲେ । ରବିବାର ଅପରାହ୍ଣରେ କୁନିଙ୍କ ଝୁଲନ୍ତା ଶବ ଦେଖିବା ପରେ ହଷ୍ଟେଲ କର୍ତ୍ତୃପକ୍ଷ ଥାନାକୁ ଖବର ଦେଇଥିଲେ । ପୁଲିସ ଟିମ୍ ପହଞ୍ଚି ତନାଘନା କରିଥିଲା । ହଷ୍ଟେଲ ଅଡିଟୋରିୟମ୍ରେ କୁନି ବେକରେ ଏକ ଓଢ଼ଣୀ ଗୁଡ଼ାଯାଇ ଘର ସିଲିଂ ଫ୍ୟାନରେ ଝୁଲିଥିଲେ । ପାଖରେ ଏକ ଚେୟାର ପଡି଼ଥିଲା । କିନ୍ତୁ କୁନିଙ୍କ ଗୋଡ଼ ତଳେ ଲାଗିଥିଲା । କୁନି କିଛି ଦିନ ହେଲା ଅବସାଦଗ୍ରସ୍ତ ଥିଲେ ବୋଲି ତାଙ୍କ ସହପାଠୀ ପୁଲିସକୁ କହିଛନ୍ତି । ସେଠାରୁ କୌଣସି ସୁଇସାଇଡ୍ ନୋଟ ମିଳିନାହିଁ । ପୁଲିସ ମୋବାଇଲ୍ ଫୋନ୍କୁ ଜବତ କରିଛି । ଛାତ୍ରୀଙ୍କ ପରିବାର ଲୋକଙ୍କୁ ପୁଲିସ ଖବର ଦେଇଛି । ଏହା ଓକ ଆତ୍ମହତ୍ୟା ନା ହତ୍ୟା, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଏନେଇ ସ୍ପଷ୍ଟ ସୂଚନା ମିଳିବ ବୋଲି ପୁଲିସ କହିଛ।




admin 