ନିଆଁ ପୋଇଁବା ବେଳେ ଶିଶୁକନ୍ୟା ମୃତ

ନିଆଁ ପୋଇଁବା ବେଳେ ଶିଶୁକନ୍ୟା ମୃତ

ନିଆଁ ପୋଇଁବା ବେଳେ ଶିଶୁକନ୍ୟା ମୃତ
ବୁଗୁଡ଼ା - ନିଆଁ ପୋଇଁବା ବେଳେ ପୋଡ଼ିଯାଇ ଜଣେ ୫ ବର୍ଷର ଶିଶୁକନ୍ୟାର ମୃତୁ୍ୟ ଘଟିଛି । ସାରା ଜିଲ୍ଲା ନୂଆବର୍ଷ ପାଳନରେ ମସଗୁଲ ଥିବା ବେଳେ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ପଙ୍କଳବାଡ଼ି ଗ୍ରାମରେ ଏହି ଅଭାବନୀୟ ଘଟଣା ବୁଧବାର ଶୋକାକୁଳ ପରିବେଶ ସୃଷ୍ଟି କରିଛି । ମୃତ ଶିଶୁ ଜଣକ ହେଉଛି ସନ୍ତୋଷ ସ୍ୱାଇଁଙ୍କ ଝିଅସ୍ନେହା ଓ ସେ ପ୍ରଥମ ଶ୍ରେଣୀର ଛାତ୍ରୀ । ଶୀତରୁ ରକ୍ଷା ପାଇବାକୁ ସ୍ନେହା ଓ ତାର ଜେଜେମା ଘର ବାରିପଟେ ଧୁନି ଲଗାଇ ନିଆଁ ପୋଉଁଥିଲେ । ଏହି ସମୟରେ ଅସାବଧାନତା ବଶତଃ ସ୍ନେହାର ପୋଷାକରେ ନିଆଁ ଲାଗିଯିବାରୁ ଗୁରୁତର ଅବସ୍ଥାରେ ତାକୁ ବୁଗୁଡ଼ା ଡାକ୍ତରଖାନା ଅଣାଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା । ବିଳମ୍ବିତ ରାତି୍ରରେ ଚିକିତ୍ସାଧୀନ ଅବସ୍ଥାରେ ସ୍ନେହାର ମୃତୁ୍ୟ ହୋଇଥିଲା । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଶୋକାକୁଳ ପରିବେଶରେ ସ୍ନେହାର ଅନ୍ତିମ ସଂସ୍କାର ସମ୍ପନ୍ନ କରାଯାଇଛି ।