ନାଜାଲ ଟିକା ‘ବିବିଭି ୧୫୪’ର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଅନୁମତି

ନାଜାଲ ଟିକା ‘ବିବିଭି ୧୫୪’ର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଅନୁମତି

ନାଜାଲ ଟିକା ‘ବିବିଭି ୧୫୪’ର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଅନୁମତି

ନୂଆଦିଲ୍ଲୀ: ଭାରତ ବାୟୋଟେକ, କେନ୍ଦ୍ର ସରକାରଙ୍କ ବାୟୋଟେକ୍ନୋଲୋଜି ବିଭାଗ ଓ ରାଷ୍ଟ୍ରାୟତ୍ତ ସଂସ୍ଥା ବାୟୋଟେକ୍ନୋଲୋଜି ଇଣ୍ଡଷ୍ଟି୍ର ରିସର୍ଚ୍ଚ ଆସିଷ୍ଟାନ୍ସ କାଉନସିଲ (ବିଆଇଆରସି) ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କରୋନା ପ୍ରତିରୋଧୀ ନାଜାଲ ଟିକା ‘ବିବିଭି ୧୫୪’ର ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ପରୀକ୍ଷାକୁ ଅନୁମତି ମିଳିଛି । ଏହି ନାଜାଲ ଟିକା ନେବା ପରେ ଶରୀରରେ କୌଣସି ଗୁରୁତର ପାଶ୍ୱର୍ ପ୍ରତିକି୍ରୟା ଦେଖାଯାଉନଥିବା ପ୍ରଥମ ପର୍ଯ୍ୟାୟ ପରୀକ୍ଷଣରୁ ଜଣାପଡ଼ିଛି । ଏହି ପର୍ଯ୍ୟାୟରେ ୧୮-୬୦ ବର୍ଷ ବ୍ୟକ୍ତିଙ୍କ ଠାରେ ଏହାର ପରୀକ୍ଷା କରାଯାଇଥିଲା । ତେଣୁ ସେଣ୍ଟ୍ରାଲ ଡ୍ରଗସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ ଅର୍ଗାନାଇଜେସନ (ସିଡିଏସସିଓ) ଏହାର ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଲାଗି ଅନୁମତି ଦେଇଛି । ଅନୁମତି ମିଳିବା ପରେ ଭାରତରେ ପ୍ରଥମ ଥର ପାଇଁ ନାଜାଲ କରୋନା ଟିକାର ଗଣପରୀକ୍ଷଣ କରାଯିବ । ଗତ ଜାନୁଆରୀରେ ସିଡିଏସସିଓ ଏହାର ପ୍ରଥମ ପର୍ଯ୍ୟାୟ ପରୀକ୍ଷା ଲାଗି ଅନୁମତି ଦେଇଥିଲା । ବ୍ୟକ୍ତିଙ୍କର ଉଭୟ ନାକପୁଡ଼ାରେ ମାତ୍ର ଥରକ ପାଇଁ ଗୋଟିଏ ଲେଖାଏଁ ଡ୍ରପ ପକାଇବାକୁ ପଡ଼ିବ । ଏହାକୁ ଉଭୟ ବସ୍କ ଓ ପିଲାମାନେ ନେଇପାରିବେ ଏବଂ ବିନା ନର୍ସ କିମ୍ବା ସ୍ୱାସ୍ଥ୍ୟକର୍ମୀରେ ଏହା ଘରେ ମଧ୍ୟ ନିଆଯାଇପାରିବ ।