ନବଙ୍କୁ ହତ୍ୟା : ଟପ ଲେଭଲରେ ଷଡ଼ଯନ୍ତ୍ର

ନବଙ୍କୁ ହତ୍ୟା : ଟପ ଲେଭଲରେ ଷଡ଼ଯନ୍ତ୍ର

ନବଙ୍କୁ ହତ୍ୟା : ଟପ ଲେଭଲରେ ଷଡ଼ଯନ୍ତ୍ର

ଭୁବନେଶ୍ୱର : ପୁଲିସ ଗୁଳିରେ ନବ କିଶୋର ଦାସଙ୍କ ମୃତ୍ୟୁ ଘଟଣା ଏବେ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି  । ପୁଲିସ ତାଙ୍କୁ କାହିଁକି ଗୁଳି ମାରିଲା ତାହାକୁ ନେଇ ନାନାଦି ଆଲୋଚନା ବି ହେଉଛି  । ତେବେ ଟପ ଲେଭଲରେ ଷଡ଼ଯନ୍ତ୍ର କରି ନବଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ କାକା କହିଛନ୍ତି  ।

ସେ କହିଛନ୍ତିଯେ, ହତ୍ୟା ପଛରେ କୌଣସି ବ୍ୟାବସାୟିକ ଶତ୍ରୁତା ନାହିଁ  । ପୁଲିସ ଏଏସଆଇଙ୍କ ମୁଣ୍ଡ ଠିକ ନଥିବା କଥା ବିଶ୍ୱାସ ହେଉନାହିଁ ବୋଲି ତାଙ୍କ କାକା କହିଛନ୍ତି  । 

ସୂଚନାଯୋଗ୍ୟଯେ, ବ୍ରଜରାଜନଗର ଗାନ୍ଧୀଛକ ଫାଣ୍ଡିରେ ଏଏସଆଇ ଗୋପାଳକୃଷ୍ଣ ଦାସ କାର୍ଯ୍ୟ କରୁଥିଲେ  । ସେଦିନ ସେ ସୁରକ୍ଷା ଦାୟିତ୍ୱରେ ମଧ୍ୟ ଥିଲେ  । ତେଣୁ ତାଙ୍କ ଉପରେ କେହିବି ସନ୍ଦେହ କରିନଥିଲେ  । ନବ ଦାସଙ୍କୁ କର୍ମୀମାନେ ପାଛୋଟି ନେବା ପାଇଁ ଯାଉଥିବାବେଳେ ସେ ଗୁଳି ମାରିଥିଲେ  । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ନବ ସେହିଠାରେ ହିଁ ଟଳି ପଡ଼ିଥିଲେ  ।