ନନ୍ଦିତା ଓ କପିଲ ଶର୍ମାଙ୍କ ‘ଜ୍ୱିଗାଟୋ’ ଫିଲ୍ମରେ ଓଡିଆ କଳାକାର

ନନ୍ଦିତା ଓ କପିଲ ଶର୍ମାଙ୍କ ‘ଜ୍ୱିଗାଟୋ’ ଫିଲ୍ମରେ ଓଡିଆ କଳାକାର

ନନ୍ଦିତା ଓ କପିଲ ଶର୍ମାଙ୍କ ‘ଜ୍ୱିଗାଟୋ’ ଫିଲ୍ମରେ ଓଡିଆ କଳାକାର

ଆପଲାଉଜ୍‌ ଏଣ୍ଟରଟେନ୍‌ମେଣ୍ଟ ଏବଂ ନନ୍ଦିତା ଦାସ ଇନିସିଏଟିଭସ ଦ୍ୱାରା ନିର୍ମିତ ହିନ୍ଦୀ ସିନେମା ‘ଜ୍ୱିଗାଟୋ’ ୪୭ତମ ଟୋରୋଣ୍ଟୋ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ-୨୦୨୨ ଲାଗି ଅଫିସିଆଲ୍‌ ମନୋନୀତ ହୋଇଛି । ଏହା ଟିଫର କଣ୍ଟେମ୍ପୋରାରୀ ୱାର୍ଲ୍ଡ ସିନେମା ବର୍ଗରେ ୱାର୍ଲ୍ଡ ପ୍ରିମିୟର ହେବ । ନିଶ୍ଚିତ ଭାବେ ଏହା ଓଡ଼ିଶା ପାଇଁ ଗର୍ବର ବିଷୟ । କାରଣ ଓଡ଼ିଶାର ଗୌରବ ତଥା ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ସିନେ ନିର୍ମାତା ନନ୍ଦିତା ଦାସ ବଲିଉଡ଼ ଷ୍ଟାର ହାସ୍ୟଅଭିନେତା କପିଲ ଶର୍ମାଙ୍କୁ ନେଇ ଏହି ସିନେମା କରିଛନ୍ତି । ଗତ ଫେବ୍ରୁଆରୀ ମାସରେ ସିନେମାର ସୁଟିଂ ଭୁବନେଶ୍ୱର, ଖଣ୍ଡଗିରି ଏବଂ ଜେଡ଼ିସିଏ ଆର୍ଟ ସେଣ୍ଟର ଓ ଏହାର ଆଖପାଖ ଅଞ୍ଚଳରେ ହୋଇଥିଲା । କାହାଣୀ ଅନୁସାରେ ଏହି ସିନେମାରେ କପିଲ ଜଣେ ଫୁଡ଼ ଡେ଼ଲିଭରୀ ବଏର ଭୂମିକା ତୁଲାଇଥିଲା ବେଳେ ତାଙ୍କ ପତ୍ନୀ ଭୂମିକାରେ ଶାହାନା ଗୋସ୍ୱାମୀ ଅଭିନୟ କରିଛନ୍ତି । ସିନେମାରେ ବଲିଉଡ଼ କଳାକାରଙ୍କ ସହ କିଛି ଓଡ଼ିଆ କଳାକାର ସାମିଲ ଥିବା କୁହାଯାଇଛି ।

ସିନେମାକୁ ନେଇ କପିଲ କହିଛନ୍ତି, ମୁଁ ଏହି ସିନେମାରେ କାମ କାମ କରିଥିବାରୁ ବହୁତ ଖୁସି ଏବଂ ଉତ୍ସାହିତ । କାରଣ ମୁଁ ନନ୍ଦିତା ଦାସଙ୍କ ଫିଲ୍ମରେ କାମ କରିଛି । ସେହିପରି ସାହାନା କହିଛନ୍ତି, ନନ୍ଦିତା ମତେ ଏହି ଯାତ୍ରାର ଅଂଶ କରିଥିବାରୁ ତାଙ୍କ ନିକଟରେ କୃତଜ୍ଞ । ଭାରତୀୟ ସିନେ ଜଗତରେ ଜଣେ ସଫଳ ଏବଂ ଶ୍ରେଷ୍ଠ ସିନେ ନିର୍ମାତା ଓ ଅଭିନେତ୍ରୀ ଭାବେ ନନ୍ଦିତା ନିଜର ସ୍ୱତନ୍ତ୍ର ପରିଚୟ ତିଆରି କରିପାରିଛନ୍ତି । ସିନେମାର କାହାଣୀ ରଚନା ଓ ନିର୍ଦ୍ଦେଶନା ନନ୍ଦିତା ଦେଇଥିବାବେଳେ ତାଙ୍କୁ ରଚନାରେ ସହଯୋଗ କରିଛନ୍ତି ସମୀର ପାଟିଲ । ବାକି ନିର୍ମାଣ ପଛରେ ସମୀର ନାଏର, ଦୀପକ ସେଗଲ ଓ ନନ୍ଦିତା ରହିଛନ୍ତି ।