ଆଜି ଦେଶରେ ୧୦ହଜାର ଉପରେ ସଂକ୍ରମଣ

ଆଜି ଦେଶରେ ୧୦ହଜାର ଉପରେ ସଂକ୍ରମଣ

ଆଜି ଦେଶରେ ୧୦ହଜାର ଉପରେ ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ବଢିଲା କୋରୋନା ସଂକ୍ରମଣ । ଦିନକରେ ପଜିଟିଭି ମାମଲା ପୁଣି ୧୦ ହଜାର ପାର୍ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶବ୍ୟାପୀ ମୋଟ ୧୦,୬୪୯ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହି ସଂଖ୍ୟା ୮,୫୮୬ ଥିଲା । ସେହିପରି ଦିନକରେ ୩୬ ଜଣଙ୍କ ମୃତ୍ୟୁ ହୋଇଛି । ୨୪ ଘଣ୍ଟାରେ ୧୦,୬୭୭ ଜଣ କୋରୋନାରୁ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଦେଶରେ ମୋଟ ସୁସ୍ଥସଂଖ୍ୟା ୪,୩୭,୪୪,୩୦୧କୁ ବୃଦ୍ଧି ପାଇଛି । ବର୍ତ୍ତମାନ ଭାରତରେ କୋରୋନା ସୁସ୍ଥହାର ୯୮.୫୯% ରହିଛି । ଏନେଇ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦେଶରେ ସୁସ୍ଥସଂଖ୍ୟା ବଢିବା ସହ ବର୍ତ୍ତମାନ ସକ୍ରିୟ ମାମଲା ହ୍ରାସ ପାଉଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯୬,୪୪୨ରେ ପହଞ୍ଚିଛି । ସକ୍ରିୟ ହାର ୦.୨୨% ରହିଛି । ଦୈନିକ ପଜିଟିଭ ହାର ୨.୬୨% ରହିଛି । ସେହିପରି ଦେଶରେ ସାପ୍ତାହିକ ପଜିଟିଭ ହାର ୩.୩୨ ପ୍ରତିଶତ ଅଛି । ଏବେ ସୁଦ୍ଧା ସମୁଦାୟ ୫,୨୭,୪୫୨ ଜଣ କୋରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । କୋଭିଡ ଆରମ୍ଭରୁ ଆଜି ପର୍ୟ୍ୟନ୍ତ ସାରା ଦେଶରେ ୮୮.୩୫ କୋଟି ମାମଲା ଚିହ୍ନଟ ହୋଇଛି । ଗତ ୨୪ ଘଣ୍ଟାରେ ୪,୦୭,୦୯୬ଟି କୋରୋନା ଟେଷ୍ଟ କରାଯାଇଛି । ଦେଶବ୍ୟାପୀ ୨୦୯ କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ ୨୭,୧୭,୯୭୯ ଜଣଙ୍କୁ ଟିକା ଦିଆଯାଇଛି ।