ନକ୍ସଲ ଗୁଳିରେ ୩ ସହିଦ
ଭୁବନେଶ୍ୱର: ଦିନକୁ ଦିନ ବର୍ବରକାଣ୍ଡ ଘଟାଇ ଚାଲିଛନ୍ତି ନକ୍ସଲ । ଏହା ଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ନକ୍ସଲ ଗୁଳିରେ ୩ଜଣ ଯବାନ ସହିଦ ହୋଇଛନ୍ତି । ଛତିଶଗଡ଼ ସୁକମାରେ ଏହି ଦୁଃଖଦ ଘଟଣା ଘଟିଛି । କିଛି ନକ୍ସଲ ଜଙ୍ଗଲରେ ଲୁଚି ରହିଥିବା ଖବର ମିଳିବା ପରେ ସର୍ଚ୍ଚ ଅପରେସନ କରାଯାଉଥିଲା ।
ଏହି ସମୟରେ ନକ୍ସଲମାନେ ଆଖିବୁଜା ଗୁଳିଚାଳନା କରିଥିଲେ । ଫଳରେ ନକ୍ସଲଙ୍କ ଗୁଳିରେ ୩ ଜଣ ସହିଦ ହୋଇଛନ୍ତି। ସହିଦ ୩ ଜଣ ଡିଆରଜି ଅଧିକାରୀ ବୋଲି ସୂଚନା ମିଳିଛି । ଏନେଇ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।




admin 