ନୂଆ ଶିକ୍ଷାବର୍ଷରୁ ହେବନି ନିଟ୍‌ ପିଜି ପରୀକ୍ଷା, ଜାଣନ୍ତୁ କାରଣ

ନୂଆ ଶିକ୍ଷାବର୍ଷରୁ ହେବନି ନିଟ୍‌ ପିଜି ପରୀକ୍ଷା, ଜାଣନ୍ତୁ କାରଣ

ଭୁବନେଶ୍ୱର: ନୂଆ ଶିକ୍ଷାବର୍ଷରୁ ଆଉ ନିଟ୍‌‌ ପିଜି ପରୀକ୍ଷା ହେବନି। ନେସନାଲ୍‌‌ ଏକଜିଟ୍‌‌ ଟେଷ୍ଟ(ନେକ୍ସଟ୍‌‌) ମେଡିକାଲ୍‌‌ ଛାତ୍ରଛାତ୍ରୀଙ୍କ ଏକ ପ୍ରକାର ଲାଇସେନ୍ସ ଭାବେ ବିବେଚିତ ହେବ। ଏହା ବଦଳରେ ଶେଷବର୍ଷ ମେଡିକାଲ(ଏମବିବିଏସ) ଛାତ୍ରଛାତ୍ରୀମାନେ ନେକ୍ସଟ୍‌‌ ପରୀକ୍ଷା ଦେବେ। ଏନେଇଏନଏମସିପକ୍ଷରୁ ମାର୍ଗଦର୍ଶିକା ପ୍ରକାଶ ପାଇଛି। ନୂଆ ଶିକ୍ଷା ବର୍ଷରୁ ଉଭୟ ଭାରତ ଏବଂ ବିଦେଶ ଫେରନ୍ତା ମେଡିକାଲ(ଏମବିବଏସ) ଛାତ୍ରଛାତ୍ରୀମାନେ ନେକ୍ସଟ୍‌‌ ପରୀକ୍ଷା ଦେବା ବାଧ୍ୟତାମୂଳକ ହେବ। ଏଣିକି ବିଦେଶ ଫେରନ୍ତା ଡାକ୍ତରୀ ଛାତ୍ରଛାତ୍ରୀ ଭାରତୀୟ ଏମବିବିଏସ ଛାତ୍ରଛାତ୍ରୀଙ୍କୁ ପିଜି କୋର୍ସ ଲାଗି ଅଲଗା ଅଲାଗା ଆବେଦନ କରିବାକୁ ପଡ଼ିବନି। ସେହିଭଳି ମେଡିକାଲ ପ୍ରାକ୍ଟିସ୍‌‌ ଲାଗି ନେକ୍ସଟ ପ୍ରଥମ ପର୍ୟ୍ୟାୟ ପରୀକ୍ଷା ପାସ କରିବାକୁ ପଡ଼ିବ। ନେକ୍ସଟ୍‌‌- ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପରେ ପିଜି କରିବା ପାଇଁ ଯୋଗ୍ୟତା ଅର୍ଜନ କରିବେ। ପୂର୍ବରୁ ଏମବିବିଏସ୍‌‌ ଶେଷ କରୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ ଇଣ୍ଟର୍ଣ୍ଣସିପ୍‌‌ କରିବା ପରେ ହିଁ ଲାଇସେନ୍ସ ପାଇପାରୁଥିଲେ। ବିଦେଶରୁ ମେଡିକାଲ ସ୍ନାତକ ବା ୟୁଜି ଶେଷ କରି ଭାରତରେ ପ୍ରାକ୍ଟିସ କରିବା ଲାଗି ଇଚ୍ଛା କରୁଥିଲେ ସେମାନଙ୍କୁ ଏଫଏମଜିଇ ପରୀକ୍ଷା ଦେବାକୁ ପଡୁଥିଲା। କିନ୍ତୁ ନୂଆ ବ୍ୟବସ୍ଥା ଦ୍ୱାରା ଉଭୟ ଭାରତୀୟ ବିଦେଶୀ ମେଡିକାଲ ଗ୍ରାଜୁଏଟ୍‌‌ମାନେ ଏକାସଙ୍ଗରେ ନେକ୍ସଟ୍‌‌ ପରୀକ୍ଷା ଦେବେ। ଏଥିରେ କୃତକାର୍ୟ୍ୟ ହେଲେ ସେମାନଙ୍କୁ ଇଣ୍ଟର୍ଣ୍ଣସିପ୍‌‌ କରିବାକୁ ଅନୁମତି ମିଳିବ। ଏହାର ବର୍ଷକ ପରେ ସେମାନେ ନେକ୍ସଟ- ପରୀକ୍ଷା ଦେଇ ପିଜିରେ ନାମଲେଖା ପାଇଁ ଯୋଗ୍ୟତା ହାସଲ କରି ପାରିବେ।