ଧବଳେଶ୍ବରଙ୍କ ପୀଠରେ ଧାରା ୧୪୪

ଧବଳେଶ୍ବରଙ୍କ ପୀଠରେ ଧାରା ୧୪୪

ଧବଳେଶ୍ବରଙ୍କ ପୀଠରେ ଧାରା ୧୪୪

କଟକ : ଆଜି ପବିତ୍ର ମହାଶିବରାତ୍ରି। ଏଥିପାଇଁ ପୂଜକଙ୍କ ଠାରୁ ଭକ୍ତ, ସମସ୍ତଙ୍କ ମନରେ ଉସôାହ ଦେଖା ଦେଇଛି । ରାଜ୍ୟରେ କୋଭିଡ  ସଂକ୍ରମଣ କମିଥିଲେ ମଧ୍ୟ ଭକ୍ତଙ୍କୁ କଟକଣା ମଧ୍ୟରେ ଦୂରରୁ ଠାକୁର ଦର୍ଶନ କରିବାକୁ ନିଦେ୍ର୍ଧଶ ରହିଛି । ମହାଶିବରାତ୍ରି  ଅବସରରେ ସମସ୍ତ ଶୈବପୀଠରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ସହ ରାତିରେ ମହାଦୀପ ଉଠିବ। ତେବେ ରାଜ୍ୟରୁ ଏଯାଏ କୋଭିଡର ଡର ସମ୍ପୂର୍ଣ୍ଣ ଦୂର ହୋଇ ନ ଥିବାରୁ ବିଭିନ୍ନ ସ୍ଥାନରେ ସ୍ଥାନୀୟ ପ୍ରଶାସନ କଟକଣା ଜାରି କରିଛି।


ଏଥିପାଇଁ ପ୍ରମୁଖ ଶିବାଳୟରେ ଭକ୍ତଙ୍କ ଗହଳି ଲାଗି ନପାରେ। ଚଳିତ ଥର ବି ବିନା ଭକ୍ତରେ ପୂଜା ପାଇବେ ବାବା ଧବଳେଶ୍ୱର। କଟକ ଜିଲ୍ଲା ଆଠଗଡ଼ର ଏହି ପ୍ରସିଦ୍ଧ ଶୈବପୀଠରେ ଏ ବର୍ଷ  ବି  ଫିକା  ପଡିଛି ଜାଗର ପର୍ବ।  କୋଭିଡ କଟକଣା ପାଇଁ  ପୀଠରେ  ଜାଗର ଯାତ୍ରା ପାଇଁ ୧୪୪ଧାରା ଲାଗୁ  ହୋଇଛି।  ସକାଳ ୫ଟା ରୁ ୨  ତାରିଖ ସଂଧ୍ୟା ୭ଟା ପର୍ୟ୍ୟନ୍ତ ୧୪୪ ଧାରା ଜାରି ରହିବ।  ଭୋରରୁ ସମସ୍ତ ନୀତିକାନ୍ତି କରାଯିବା ସହ ପ୍ରଥମ ପ୍ରହରରେ ବାବା ଧବଳେଶ୍ୱରଙ୍କ ସ୍ୱତନ୍ତ୍ର ବେଶ ଅନୁଷ୍ଠିତ ହେବ।  ପରେ ମଧ୍ୟ ରାତ୍ରରେ ବାବା ଧବଳେଶ୍ୱରଙ୍କ ଠାରେ ପ୍ରସିଦ୍ଧ  ମାଣ୍ଡୁଅ ଭୋଗ ଲାଗୁ ହେବା ପରେ ମହାଦୀପ ଉଠାଯିବ ବୋଲି ସୂଚନା ମିଳିଛି ।