ଧନ୍ଦାମୂଳକ ପରୀକ୍ଷା ଫଳ, ଜାଣନ୍ତୁ ପାସ୍ ହାର କେତେ

ଧନ୍ଦାମୂଳକ ପରୀକ୍ଷା ଫଳ, ଜାଣନ୍ତୁ ପାସ୍ ହାର କେତେ

ଭୁବନେଶ୍ୱର : ପ୍ରକାଶ ପାଇଲା ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ । ଧନ୍ଦାମୂଳକ ଶିକ୍ଷାରେ ୫ହଜାର ୬୭୩ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ ।  ସେମାନଙ୍କ ମଧ୍ୟରୁ ପାସ୍ କରିଛନ୍ତି ୩ହଜାର ୯୯୧ ଓ ପାସ୍ ହାର ରହିଛି ୭୦.୩୫ ପ୍ରତିଶତ । 

ପାରୀକ୍ଷାର୍ଥୀଙ୍କ ମଧ୍ୟରେ ୨ହଜାର ୯୮୫ ପୁଅ ଥିବାବେଳେ ସେମାନଙ୍କ ମଧ୍ୟରୁ ୧ହଜାର ୯୮୨ଜଣ ପାସ୍ କରିଛନ୍ତି । ପାସ୍ ହାର ରହିଛି ୬୬.୩୯% । ସେହିପରି ୨ହଜାର ୬୮୮ଝିଅ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟର ପାସ କରିଛନ୍ତି ୨ହଜାର ୯ଜଣ । ପାସ୍ ହାର ରହିଛି ୭୪.୭୦ପ୍ରତିଶତ । ପ୍ରଥମ ଶ୍ରେଣୀରେ ୧ହଜାର ୫୪୮ଜଣ ପିଲା ପାସ୍ କରିଛନ୍ତି । ୯୦% ଉପରକୁ ୯ଜଣ ପିଲା ରଖିଛନ୍ତି । ୧୯ଟି ଉଚ୍ଚ ମାଧ୍ୟମିକ ସ୍କୁଲରେ ୧୦୦% ରେଜଲ୍ଟ ହୋଇଛି ।