ଦ୍ୱିତୀୟ ବର୍ଷ ବାର୍ଷିକୋତ୍ସବ ଅନୁଷ୍ଠିତ ।

ଦ୍ୱିତୀୟ ବର୍ଷ ବାର୍ଷିକୋତ୍ସବ ଅନୁଷ୍ଠିତ ।

ଦ୍ୱିତୀୟ ବର୍ଷ ବାର୍ଷିକୋତ୍ସବ ଅନୁଷ୍ଠିତ ।
ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକ ଅଧିନସ୍ଥ ବୁକୁରାମୁଣ୍ଡା ଗ୍ରାମପଂଚାୟତ ରେ ଥିବା ମହିମାଆଶ୍ରମରେ ଦ୍ୱିତୀୟବର୍ଷ ବାର୍ଷିକୋତ୍ସବ ଓ ବିଶ୍ୱଶାନ୍ତୀ ବ୍ରହ୍ମଯଜ୍ଞ ଅନୁଷ୍ଠିତ ହୋଇଛି । ଗତକାଲି କଳସ ଯାତ୍ରା ସହ କଳସ ସ୍ଥାପନ ପରେ ଆଜି ଧୂନୀମନ୍ଦିର ପ୍ରାଙ୍ଗଣ ରେ ପ୍ରବଚନ ଓ ସତସଙ୍ଗ ଏବଂ ଅଲେଖ ମହିମା ଭଜନ ଅନୁଷ୍ଠିତ ହୋଇ ଯାଇଛିା ପ୍ରବଚକ ସାଧୁ ନୃସିଂହ ଚରଣ ଦାଶ ଓ ମାତା ସ୍ନେହଲତା ସାହୁ ଙ୍କ ପ୍ରବଚନ ଅଗଣିତ ଭକ୍ତବୃନ୍ଦ ପାନ କରି ନିଜକୁ ଧନ୍ୟ ମଣିଥିଲେ । ଆସନ୍ତାକାଲି ତୃତୀୟ ଦିବସ ରେ ଘୃତାହୁତି ଓ ସତସଙ୍ଗ କାର‌୍ୟ୍ୟକ୍ରମ ମଧ୍ୟ ହେବ ବୋଲି ପରିଚାଳନା କମିଟୀ ପକ୍ଷରୁ ପ୍ରକାଶ ।