ଦେହଜୀବୀଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି ତାଲିବାନୀ, ଏହା ରହିଛି କାରଣ

ଦେହଜୀବୀଙ୍କ ତାଲିକା ପ୍ରସ୍ତୁତ କରୁଛନ୍ତି ତାଲିବାନୀ, ଏହା ରହିଛି କାରଣ

କାବୁଲ: ଏବେ ଭୟ ଓ ଆତଙ୍କରେ ଆଫଗାନିସ୍ତାନରେ ଦେହଜୀବୀ। ଯେକୌଣସି ମୁହୂର୍ତ୍ତରେ ତାଲିବାନୀମାନେ କିଛି ବି କାର୍ୟ୍ୟାନୁଷ୍ଠାନ ନେଇ ପାରନ୍ତି। ଏବେ ସେମାନେ ଭୟ ଓ ଆତଙ୍କରେ ବଞ୍ଚିଛନ୍ତି। ତାଲିବାନ ଏହି ଦେହଜୀବୀମାନଙ୍କୁ ସର୍ବସମ୍ମୁଖରେ ହତ୍ୟା କରିବା ପାଇଁ ଯୋଜନା କରିଛି। ପର୍ନ ୱେବସାଇଟରେ ସର୍ଚ୍ଚ କରି ତାଲିବାନ ଏଥିପାଇଁ ଏକ ହତ୍ୟା ତାଲିକା ପ୍ରସ୍ତୁତ କରୁଛି । ମିଳିଥିବା ଏକ ରିପୋର୍ଟ ଅନୁଯାୟୀ ତାଲିବାନ ଅତି ବର୍ବର ଭାବେ ଦେହଜୀବୀଙ୍କୁ ମାରିବା ପାଇଁ ଯୋଜନା କରିଛି । ସେମାନଙ୍କୁ ପଥର ମାଡ କରି ମାରିଦିଆଯିବ ନଚେତ ଫାଶୀ ଦିଆଯିବ । ପର୍ନୋଗ୍ରାଫିକୁ କଡା ବିରୋଧ କରୁଥିବା ତାଲିବାନ ଏବେ ଆଫଗାନ ବେଶ୍ୟାଳୟ ସବୁ ଖୋଜୁଛି । ଯେଉଁ ମହିଳାମାନେ ଦେହ ବ୍ୟବସାୟରେ ଲିପ୍ତ ତାଲିବାନ ସେମାନଙ୍କୁ ମାରିବା ପାଇଁ ଚିହ୍ନଟ କରିସାରିଛି । ଜୁଲାଇ ମାସର ଏକ ରିପୋର୍ଟ ଅନୁସାରେ ୧୫ ବର୍ଷରୁ ଅଧିକ ନାବାଳିକା, ମହିଳା ଏବଂ ୪୫ ବର୍ଷରୁ କମ ବିଧବା ମହିଳାଙ୍କୁ ତାଲିବାନ ଆତଙ୍କବାଦୀଙ୍କୁ ବିବାହ କରାଇବା ପାଇଁ ଯୋଜନା ହୋଇଥିଲା ।