ଦେଶରେ ୨୪ ଘଣ୍ଟାରେ ୪,୧୯୪ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୪,୧୯୪ ନୂଆ ସଂକ୍ରମିତ ଚିହ୍ନଟ

ଦେଶରେ ୨୪ ଘଣ୍ଟାରେ ୪,୧୯୪ ନୂଆ ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣରେ ସୁଧାର ଆସିଛି। ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ହ୍ରାସ ପାଉଛି। ଦୈନିକ ପଜିଟିଭ ମାମଲା ୫ ହଜାର ତଳକୁ ଖସିବା ସହ ଜନଜୀବନ ମଧ୍ୟ ସ୍ବାଭାବିକ ହେଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୪,୧୯୪ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ମାତ୍ର ଆଜି ମୃତ୍ୟୁସଂଖ୍ୟା ପୁଣି ବୃଦ୍ଧି ପାଇଛି । ଦିନକରେ ଦେଶରେ ୨୫୫ କୋରୋନା ସଂକ୍ରମିତ ଆଖି ବୁଜିଥିବା ବେଳେ ୬,୨୦୮ ଆକ୍ରନ୍ତ ସୁସ୍ଥ ହୋଇଛନ୍ତି ।

ଆଜିର ନୂତନ ସଂକ୍ରମଣକୁ ମିଶାଇ ଭାରତରେ ମୋଟ ୪୨,୨୧୯ଟି ସକ୍ରିୟ ମାମଲା ରହିଛି । ଏଯାବତ୍ ଦେଶରେ ମୋଟ ୪,୨୪,୨୬,୩୨୮ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସେହିପରି ମୋଟ ୫,୧୫,୭୪୧ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ରହିଛି । ଦେଶବ୍ୟାପୀ ଏଯାବତ୍ ୧,୭୯,୭୨,୦୦,୫୧୫ କୋଟି ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୬,୭୩,୫୧୫ କୋଟି ଡୋଜ୍ ନେଇଛନ୍ତି ଲୋକେ ।