ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ୯୩୭ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ୯୩୭ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ଦେଶରେ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ୯୩୭ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ଖସୁଛି ସଂକ୍ରମଣ । ନିୟନ୍ତ୍ରଣକୁ ଆସୁଛି ମହାମାରୀ । ଗତ ୨୪ ଘଣ୍ଟା ମଧ୍ୟରେ ୩୨ ହଜାର ୯୩୭ ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ୪୧୭ ଜଣଙ୍କ ଜୀବନ ନେଇଛି କିଲର ଭାଇରସ । ୩୫ ହଜାର ୯୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି ।

ତେବେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ୩ କୋଟି ୨୨ ଲକ୍ଷ ୨୫ ହଜାର ୫୧୩କୁ ବୃଦ୍ଧି ହୋଇଛି । ମୃତ୍ୟୁ ସଂଖ୍ୟା ଛୁଇଁଛି ୪ ଲକ୍ଷ ୩୧ ହଜାର ୬୪୨ ରହିଥିବା ବେଳେ ୩୧ କୋଟି ୪୧ଲକ୍ଷ ୧୯ ହଜାର ୨୪ ଜଣ ସୁସ୍ଥ ହୋଇଛନ୍ତି । ୩ ଲକ୍ଷ ୮୧ ହଜାର ୯୪୭ଟି ସକ୍ରିୟ ମାମଲା ରହିଛି । ୫୪ କୋଟି ୫୮ ଲକ୍ଷ ୫୭ ହଜାର ୧୦୮ ଜଣଙ୍କୁ ଟୀକାକରଣ କରାଯାଇଛି ।