ଦେଶରେ ୧୧, ୪୬୬ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୧୧, ୪୬୬ କରୋନା ସଂକ୍ରମିତ ଚିହ୍ନଟ

ଦେଶରେ ୧୧, ୪୬୬ କରୋନା ସଂକ୍ରମିତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ କରୋନା ସଂକ୍ରମଣ ହ୍ରାସ ପାଇବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧୧ହଜାର ୪୬୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ କେବଳ କେରଳରୁ ଆଜି ୬ ହଜାର ୪୦୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

 ଆଜି ଦେଶରେ ୪୬୦ ଜଣ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ଏହାକୁ ମିଶାଇ ଦେଶରେ ମୋଟ କରୋନା ଜନିତ ମୃତୁ୍ୟ ସଂଖ୍ୟା୪ଲକ୍ଷ ୬୧ହଜାର ୮୪୯କୁ ବୃଦ୍ଧି ପାଇଛି । ଏହା ସହିତ ଆଜି କରୋନାରୁ ୧୧ହଜାର ୯୧୬ ଜଣ ସୁସ୍ଥ ହୋଇଛନ୍ତି ଓ ମୋଟ ସୁସ୍ଥକଙ୍କ ସଂଖ୍ୟା ୩ କୋଟି ୩୭ଲକ୍ଷ ୮୭ହଜାର ୪୭ରହିଛି ବୋଲି ସ୍ୱସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ  ସୂଚନା ମିଳିଛି । 

ଅନ୍ୟପଟେ ଦେଶରେ ଆକ୍ରାନ୍ତଙ୍କ ସୁସ୍ଥତା ହାର ୯୮.୨୫ପ୍ରତିଶତ ଥିବାବେଳେ, ସକ୍ରିୟ ମାମଲା ରହିଛି ୧ଲକ୍ଷ ୩୯ହଜାର ୬୮୩ । ଦେଶରେ ଦୈନିକ ପଜିଟିଭ୍ ହାର ୧.୧୧ପ୍ରତିଶତ ରହିଛି ।