କଟକରେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ
କଟକରେ ମୁଖ୍ୟମନ୍ତ୍ରୀଙ୍କୁ କଳା ପତାକା ପ୍ରଦର୍ଶନ
କଟକ: ମମିତା ମେହେର ହତ୍ୟା ମାମଲାରେ ଏଯାଏ ଗୃହମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର କରାଯାଇନଥିବାରୁ ଓ ଘଟଣାର ସିବିଆଇ ତଦନ୍ତ ଦାବି ଓ ମମିତାଙ୍କ ପରିବାରକୁ ନ୍ୟାୟ ଦାବିରେ ଉଠୁଛି ପଡୁଛି ରାଜ୍ୟ । ଏହି ଘଟଣାରେ ଓଡିଶାରେ ଜୋର ଧରିଛି ରାଜନୀତି । ବିରୋଧୀଙ୍କ ପକ୍ଷରୁ ରାଜ୍ୟର ବିଭନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବନ୍ଦ ଡାକରା ମଧ୍ୟ ପାଳନ କରାଯାଉଛି । ତେବେ ମୁଖ୍ୟମନ୍ତ୍ରୀ ଏପର୍ୟ୍ୟନ୍ତ ଚୁପ ଥିବାରୁ ବିରୋଧୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧ କରିବା ସହ ମୁଖ୍ୟ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସମେତ ମନ୍ତ୍ରୀ ପ୍ରତାବ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ ମଧ୍ୟ କରାଯାଉଛି ।
ତେବେ ଆଜି ନରାଜ ପୋଲ ନିକଟରେ ମୁଖ୍ୟମନ୍ତ୍ରୀଙ୍କୁ ବିଜେପି ପକ୍ଷରୁ କଳାପତାକା ପ୍ରଦର୍ଶନ କରାଯାଇଥିଲା । ସେଥିପାଇଁ ଏଠାରେ ବିଜେଡି ଓ ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ଏହି ସମୟରେ ପୋଲିସ୍ ୪୦ରୁ ଅଧିକ ବିଜେପି କର୍ମୀଙ୍କୁ ଗିରଫ କରିଛି ।




admin 