ଦେଶରେ ଦେଖାଦେଇଥିବା କରୋନାର ଦ୍ୱିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ହିଁ ଦାୟୀ : ରାହୁଲ ଗାନ୍ଧି

ଦେଶରେ ଦେଖାଦେଇଥିବା କରୋନାର ଦ୍ୱିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ହିଁ ଦାୟୀ : ରାହୁଲ ଗାନ୍ଧି

ଦେଶରେ ଦେଖାଦେଇଥିବା କରୋନାର ଦ୍ୱିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ହିଁ ଦାୟୀ : ରାହୁଲ ଗାନ୍ଧି
ନୂଆଦିଲ୍ଲୀ : କରୋନା ମହାମାରୀର କୁପରିଚାଳନା ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି । ଦେଶରେ ଦେଖାଦେଇଥିବା କରୋନାର ଦ୍ୱିତୀୟ ଲହର ପାଇଁ ପ୍ରଧାନମନ୍ତ୍ରୀ ହିଁ ଦାୟୀ ବୋଲି ରାହୁଲ ଅଭିଯୋଗ କରିଛନ୍ତି । କରୋନାକୁ ପ୍ରଧାନମନ୍ତ୍ରୀ ବୁଝି ପାରିଲେ ନାହିଁ । ଭାରତରେ କରୋନାର ମୃତୁ୍ୟ ହାର ଯାହା ଦର୍ଶାଯାଉଛି ତାହା ମିଛ । ସରକାର ଆମକୁ ସତ କହିବା ଆବଶ୍ୟକ । ମୃତୁ୍ୟ ହାର ସଂପର୍କରେ ମିଥ୍ୟା କୁହାଯାଉଛି । ଏହା ରାଜନୀତି ନୁହେଁ, ଜୀବନ ବଞ୍ଚାଇବା ବିଷୟ ବୋଲି ରାହୁଲ କହିଛନ୍ତି । ପ୍ରଧାନମନ୍ତ୍ରୀ ଏବଂ କେନ୍ଦ୍ର ସରକାର କରୋନା ଭଳି ମହାମାରୀକୁ ବେପରୁଆ ଭାବେ ଗ୍ରହଣ କରିଛନ୍ତି । ଏହି ମହମାରୀ ପାଇଁ ଯେତେ ଅଧିକ ସମୟ ମିଳିବ ରୋଗ ସେତେ ଅଧିକ ବିପଜ୍ଜନକ ହେବ ବୋଲି ରାହୁଲ କହିଛନ୍ତି । ସେହିଭଳି ଟିକାକରଣ ପ୍ରସଙ୍ଗରେ ମଧ୍ୟ ରାହୁଲ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଲକଡାଉନ୍ ଆମକୁ ଏହି ରୋଗ ବିରୋଧରେ ସାମୟିକ ଆଶ୍ୱସ୍ତି ଦେଇପାରେ । କିନ୍ତୁ ଟିକା ହିଁ ହେଉଛି ମହାମାରୀକୁ ମୁକାବିଲା କରିବାର ଏକମାତ୍ର ପନ୍ଥା । ସରକାରଙ୍କ ଟିକାକରଣ ନୀତିକୁ ସମାଲୋଚନା କରି ରାହୁଲ କହିଛନ୍ତି ବର୍ତ୍ତମାନ ସୁଦ୍ଧା ଦେଶରେ କେବଳ ୩ ପ୍ରତିଶତ ଲୋକଙ୍କୁ ଟିକା ମିଳିଛି । ତେଣୁ କରୋନା ଭୂତାଣୁ ପାଇଁ ଆମ ଦ୍ୱାର ଉନ୍ମୁକ୍ତ ରହିଛି । ଟିକାକୁ ନେଇ ବ୍ୟବସାୟ କରାଯାଉଛି । ଟିକାର ଭିନ୍ନ ଭିନ୍ନ ଦର ରହୁଛି । ବର୍ତ୍ତମାନ ହାରରେ ଟିକାକରଣ ଚାଲିଲେ ୨୦୨୪ ମେ ବେଳକୁ ଆମେ ଆମ ଲୋକଙ୍କୁ ଟିକା ଦେଇପାରିବ । ଅନ୍ୟଥା ଆମେ ଲହର ପରେ ଲହରକୁ ସାମ୍ନା କରିବା ବୋଲି ରାହୁଲ କହିଛନ୍ତି । ତଥ୍ୟକୁ ଚାପି ରଖୁଥିବାରୁ ସରକାରଙ୍କୁ ରାହୁଲ ସମାଲୋଚନା କରିଛନ୍ତି । ସରକାରଙ୍କ ଚିନ୍ତାଧାରା ହେଉଛି ତଥ୍ୟକୁ ଲୁଚାଇବା । ଏହା ହେଉଛି ଆରଏସଏସର ମୁଖ୍ୟ ଚିନ୍ତାଧାରା । ଏବେ ସରକାର ସତ ଲୁଚାଇବାକୁ ଟ୍ୱିଟର ଏବଂ ଫେସବୁକ୍ ଉପରେ ଚାପ ସୃଷ୍ଟି କରୁଛନ୍ତି ବୋଲି ସେ କହିଛନ୍ତି ।