ଦେଶରେ ଟିକାକରଣର ଶୁଭାରମ୍ଭ

ଦେଶରେ ଟିକାକରଣର ଶୁଭାରମ୍ଭ

ଦେଶରେ ଟିକାକରଣର ଶୁଭାରମ୍ଭ
ଭୁବନେଶ୍ୱର:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଟିକାକରଣର ଶୁଭାରମ୍ଭ କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ଶୁଭାରମ୍ଭ ହୋଇଛି । ଶୁଭାରମ୍ଭ ସହ କୋଭିଡ-୧୯ ଟିକାକରଣ କାର୍ଯ୍ୟ ଆରମ୍ଭ ହୋଇଛି । ଟିକାର ଶୁଭାରମ୍ଭ କରି ପ୍ରସ୍ତୁତକାରୀଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି । ସେ କହିଛନ୍ତି, ଦେଶରେ ଦୁଇ ପ୍ରକାରର ଟିକା ପ୍ରସ୍ତୁତ ହୋଇଛି। ଯେଉଁମାନେ ଟିକା ପ୍ରସ୍ତୁତ କରିଛନ୍ତି ସେମାନେ ପ୍ରଥମେ ଟିକା ନେବେ। ଟିକା ପ୍ରସ୍ତୁତକାରୀ ପ୍ରଥମ ଟିକା ନେବା ପାଇଁ ହକଦାର।ପ୍ରଥମ ପଯର୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦିଆଯିବ। ପ୍ରଥମ ପଯର୍ୟାୟରେ ସମସ୍ତେ ମାଗଣା ଟିକା ନେବେ। ସ୍ବାସ୍ଥ୍ୟକର୍ମୀ, ସୁରକ୍ଷାକର୍ମୀଙ୍କୁ ଅଗ୍ରାଧିକାର ମିଳିବ। ଏହି ଅବସରରେ ମୁଁ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଉଛି। ଦୁଇଟି ଟିକା ମଧ୍ୟରେ ଅନ୍ୟୂନ ଏକ ମାସ ବ୍ୟବଧାନ ରଖିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି। ଟିକା ନେଇ ସାରିଲେ ମଧ୍ୟ ଜଣେ ମାସ୍କ୍‌ ପରିଧାନ ଏବଂ ସାମାଜିକ ଦୂରତ୍ୱ ଆଦି ସତର୍କତା ବର୍ଜନ କରିବା ଅନୁଚିତ। ପ୍ରଥମ ପର୍ଯ୍ୟାୟରେ ୩ କୋଟି ଜନତାଙ୍କୁ ଟିକା ଦିଆଯିବ। ଦ୍ୱିତୀୟ ପର୍ଯ୍ୟାୟରେ ୩୦ କୋଟି ଲୋକ ଟିକା ନେବେ। ଭାରତର ବୈଜ୍ଞାନିକ ଏବଂ ଟିକା ଉତ୍ପାଦନ ସାମର୍ଥ୍ୟ ଉପରେ ବିଶ୍ୱର ଅଗାଧ ବିଶ୍ୱାସ ରହିଛି। ଅନ୍ୟ ଦେଶରେ ପ୍ରସ୍ତୁତ ଟିକା ତୁଳନାରେ ଭାରତରେ ନିର୍ମିତ ଟିକା ଅପେକ୍ଷାକୃତ ଶସ୍ତା।