ଦେଶରେ ଏବେ ସବୁ ସରକାରୀ ହସ୍ପିଟାଲରେ ଏଣ୍ଟିଜେନ ଟେଷ୍ଟ ପାଇଁ ଅନୁମତି

ଦେଶରେ ଏବେ ସବୁ ସରକାରୀ ହସ୍ପିଟାଲରେ ଏଣ୍ଟିଜେନ ଟେଷ୍ଟ ପାଇଁ ଅନୁମତି

ଦେଶରେ ଏବେ ସବୁ ସରକାରୀ ହସ୍ପିଟାଲରେ ଏଣ୍ଟିଜେନ ଟେଷ୍ଟ ପାଇଁ ଅନୁମତି
ନୂଆଦିଲ୍ଲୀ: ଦେଶରେ ଏବେ ଆରଟି-ପିସିଆର ଟେଷ୍ଟ କ୍ଷମତା ଦୈନିକ ୧୬ ଲକ୍ଷ ରହିଛି ଏବଂ ର୍ୟାପିଡ ଆଣ୍ଟିଜେନ ଟେଷ୍ଟିଂ କ୍ଷମତା ଦୈନିକ ୧୭ ଲକ୍ଷ ରହିଛି । ଏବେ ସବୁ ସରକାରୀ ହସ୍ପିଟାଲରେ ଏଣ୍ଟିଜେନ ଟେଷ୍ଟ ପାଇଁ ଅନୁମତି ଦିଆଯାଇଥିବା ଆଇସିଏମଆର ଡିଜି ଡ.ବଳରାମ ଭାର୍ଗବ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । କରୋନା ସଂକ୍ରମଣର ଦ୍ୱିତୀୟ ଲହରରେ ସରକାର ଆରଟିପିସିଆର ଟେଷ୍ଟ ଅପେକ୍ଷା ର୍ୟାପିଡ ଏଣ୍ଟିଜେନ ଟେଷ୍ଟ ଉପରେ ଅଧିକ ଗୁରୁତ୍ୱ ଦେଉଛନ୍ତି । ଡ. ଭାର୍ଗବ କହିଛନ୍ତି ଯେ ଥରେ ଟେଷ୍ଟ ପଜିଟିଭ ଆସିବା ପରେ ବାରମ୍ଭାର ଆରଟି-ପିସିଆର ଟେଷ୍ଟ କରିବା ଉଚିତ ନୁହେଁ । ଜଣେ ଯଦି ସଂପୂର୍ଣ୍ଣ ସୁସ୍ଥ ଅଛି, ତ’ହେଲେ ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଯିବା ପାଇଁ ଆରଟିପିସିଆର ଟେଷ୍ଟ ରିପୋର୍ଟ ଆଦୌ ଆବଶ୍ୟକ ନାହିଁ । ଏ ବାବଦରେ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ସ୍ପଷ୍ଟ କରିଦିଆ ଯାଇଛି ବୋଲି ସେ କହିଛନ୍ତି । ଦେଶରେ ଏବେ ପଜିଟିଭିଟି ରେଟ ପ୍ରାୟ ୨୧ ପ୍ରତିଶତ ରହିଛି । କରୋନା ସଂକ୍ରମିତଙ୍କୁ ତକôାଳ ଚିହ୍ନଟ ପାଇଁ ଏବେ ଏଣ୍ଟିଜେନ ଟେଷ୍ଟକୁ ଅଧିକ ଗୁରୁତ୍ୱ ଦିଆଯାଉଛି ।