ଦେଶରୁ ପଳାୟନ କରିବାର ଏହି କାରଣ କହିଲେ ଘନି
ଦେଶରୁ ପଳାୟନ କରିବାର ଏହି କାରଣ କହିଲେ ଘନି
ଆଫଗାନିସ୍ତାନ: ଆଫଗାନିସ୍ତାନ ରାଷ୍ଟ୍ରପତି (ପୂର୍ବତନ) ଅଶରଫ ଘନି ରବିବାର ଦିନ କହିଛନ୍ତି ଯେ ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନ ରାଷ୍ଟ୍ରପତି ଭବନରେ ପ୍ରବେଶ କରିଥିବାରୁ ଦେଶକୁ ରକ୍ତପାତରୁ ରକ୍ଷା ପାଇବା ପାଇଁ ସେ ଦେଶ ଛାଡିଛନ୍ତି। ବିଳମ୍ବିତ ରାତିରେ ଫେସବୁକ ପୋଷ୍ଟ ଜରିଆରେ ସେ ଦେଶରୁ ପଳାୟନ କରିବାର କାରଣ ଦର୍ଶାଇଛନ୍ତି। ସେ ଆଫଗାନିସ୍ତାନ ଛାଡିବା ପରେ ନିଜର ପ୍ରଥମ ମନ୍ତବ୍ୟରେ କହିଛନ୍ତି ଯେ ଆଜିଠାରୁ ଆଫଗାନିସ୍ତାନ ଲୋକଙ୍କ ସମ୍ମାନ, ଧନ ଏବଂ ସୁରକ୍ଷା ପାଇଁ ତାଲିବାନ ଦାୟୀ ରହିବ।
ଘାନି କହିଛନ୍ତି ଯେ ସେ ସଶସ୍ତ୍ର ତାଲିବାନ କିମ୍ବା ପ୍ରିୟ ଦେଶ ଛାଡିବା ମଧ୍ୟରେ କଠିନ ପରୀକ୍ଷାର ସମ୍ମୁଖୀନ ହୋଇଛି ଏବଂ ଗତ ୨୦ ବର୍ଷର ସୁରକ୍ଷା ପାଇଁ ମୁଁ ନିଜ ଜୀବନକୁ ଉତ୍ସର୍ଗ କରିଛି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଆତଙ୍କବାଦୀ ଗୋଷ୍ଠୀ ଅସ୍ତ୍ରଶସ୍ତ୍ରର ଭୟ ଦେଖାଇ ଜିତିଛନ୍ତି, କିନ୍ତୁ ଆଫଗାନିସ୍ତାନ ଲୋକଙ୍କ ହୃଦୟ ଜିତିପାରି ନାହାନ୍ତି। ସେ କହିଛନ୍ତି, ଯଦି ପଦକ୍ଷେପ ନ ନିଆଯାଏ ତେବେ ତେବେ ଅଗଣିତ ଦେଶପ୍ରେମୀ ସହିଦ ହେବେ ଏବଂ କାବୁଲ ସହର ଧ୍ୱଂସ ହୋଇଯିବ, ଯାହା ଫଳରେ ଏକ ବଡ଼ ମାନବିକ ବିପର୍ୟ୍ୟୟ ଘଟିବ।




admin 