ଦେଶର ଅର୍ଥନୀତି କେଉଁ ଆଡକୁ ଯିବ ତାହାର କଳନା କରିହେବ ନାହିଁ : ଅମର ପଟ୍ଟନାୟକ

ଦେଶର ଅର୍ଥନୀତି କେଉଁ ଆଡକୁ ଯିବ ତାହାର କଳନା କରିହେବ ନାହିଁ : ଅମର ପଟ୍ଟନାୟକ

ଦେଶର ଅର୍ଥନୀତି କେଉଁ ଆଡକୁ ଯିବ ତାହାର କଳନା କରିହେବ ନାହିଁ : ଅମର ପଟ୍ଟନାୟକ
ଭୁବନେଶ୍ୱର: ଭାରତୀୟ ଅର୍ଥନୀତି ତଦାରଖକାରୀ କେନ୍ଦ୍ର (ସିଏମଆଇ) ରିପୋର୍ଟ ଅତ୍ୟନ୍ତ ଚିନ୍ତାଜନକ ବୋଲି ସାଂସଦ ଅମର ପଟ୍ଟନାୟକ କହିଛନ୍ତି । ଶ୍ରୀ ପଟ୍ଟନାୟକ ଏକ ପ୍ରାମାଣିକ ଚଳଚ୍ଚିତ୍ର (ଭିଡିଓ) ଜାରି କରି କହିଛନ୍ତି ଯେ ନିକଟରେ ସିଏମଆଇର ଯେଉଁ ତଥ୍ୟ ଲୋକଲୋଚନକୁ ଆସିଛି ତାହା ଯଦି ବାସ୍ତବରେ ସତ୍ୟ ହୁଏ, ତେବେ ଦେଶର ଅର୍ଥନୀତି କେଉଁ ଆଡକୁ ଯିବ ତାହାର କଳନା କରିହେବ ନାହିଁ । ଶ୍ରୀ ପଟ୍ଟନାୟକ ତଥ୍ୟକୁ ଆଧାର କରି କହିଛନ୍ତି ଯେ କରୋନା ପାଇଁ କେବଳ ମାର୍ଚ୍ଚରେ ୭୫ ଲକ୍ଷ ବେକାରୀ ସୃଷ୍ଟି ହୋଇଛନ୍ତି । ଗୋଟିଏ ମାସରେ ଏତେ ସଂଖ୍ୟକ ବେକାରୀ ସୃଷ୍ଟି ହେବା ଫଳରେ ଏହାର ହାରରେ ମଧ୍ୟ ଫରକ ଦେଖାଦେଇଛି । ମାର୍ଚ୍ଚ ବେଳକୁ ଦେଶରେ ୬.୫୦ ପ୍ରତିଶତ ବେକାରୀ ହାର ଥିବା ବେଳେ ଏପି୍ରଲ ବେଳକୁ ଏହା ୭.୯୭ ପ୍ରତିଶତରେ ପହଞ୍ଚିଛି ।