ଦୁଇ ଭାଇ ମିଶି ବଡ଼ଭାଇକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ, କାରଣ ଜାଣିଲେ ଲୋମ ଟାଙ୍କୁରି ଯିବ

ଦୁଇ ଭାଇ ମିଶି ବଡ଼ଭାଇକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ, କାରଣ ଜାଣିଲେ ଲୋମ ଟାଙ୍କୁରି ଯିବ

ଦୁଇ ଭାଇ ମିଶି ବଡ଼ଭାଇକୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ, କାରଣ ଜାଣିଲେ ଲୋମ ଟାଙ୍କୁରି ଯିବ

ବଣାଇଗଡ଼: ଅନ୍ୟ ସମ୍ପ୍ରଦାୟରେ ବିବାହକୁ ବିରୋଧ କରିବାରୁ ଦୁଇ ଭାଇ ମିଶି ବଡ଼ଭାଇକୁ ପିଟି ପିଟି ହତ୍ୟା କରିବା ଘଟଣା କୋଇଡା ଥାନା ଅନ୍ତର୍ଗତ ବନ୍ଦଲ ଗ୍ରାମରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଘଟଣାରୁ ପ୍ରକାଶ ଯେ, ବନ୍ଦଲ ଗ୍ରାମର ସମା ମୁଣ୍ଡା (୨୭) ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଜନୈକା ଯୁବତୀଙ୍କୁ ଭଲ ପାଉଥିଲେ ଓ ତାଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ । ତେବେ ଏହାକୁ ସମାର ବଡ଼ଭାଇ ପାତ୍ରାସ ମୁଣ୍ଡା (୩୦) ବିରୋଧ କରୁଥିଲେ । ଅନ୍ୟ ସମ୍ପ୍ରଦାୟର ଝିଅକୁ ବିବାହ ନ କରିବାକୁ ସାନ ଭାଇକୁ ମନା କରି ଆସୁଥିଲେ । ଏହାକୁ କେନ୍ଦ୍ର କରି ପ୍ରବଳ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଗତକାଲି ମଧ୍ୟ ସେଭଳି ପାଟିତୁଣ୍ଡ ହୋଇଥିଲା । ଏଥିରେ ସମା ଓ ତାର ଅନ୍ୟ ଜଣେ ସାନ ଭାଇ ବିଲକାନ ମୁଣ୍ଡା (୨୦) ମିଶି ବଡ଼ଭାଇଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିଥିଲେ । ରାତିସାରା ଶବ ଘର ଭିତରେ ପଡି ରହିଥିଲା । ସକାଳେ ଖବର ପାଇ କୋଇଡା ଥାନା ଅଧିକାରୀ ଲୋକେଶ୍ୱର ସାହୁ ଘଟଣାସ୍ଥଳରେ ପହଞ୍ଚି ଶବଟିକୁ ଜବତ କରି ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରିଥିବା ଜଣାପଡ଼ିଛି