ଦିଲ୍ଲୀରେ ପ୍ରଥମେ ୫୧ ଲକ୍ଷଙ୍କୁ ଟିକା : କେଜରିୱାଲ

ଦିଲ୍ଲୀରେ ପ୍ରଥମେ ୫୧ ଲକ୍ଷଙ୍କୁ ଟିକା : କେଜରିୱାଲ

ଦିଲ୍ଲୀରେ ପ୍ରଥମେ ୫୧ ଲକ୍ଷଙ୍କୁ ଟିକା : କେଜରିୱାଲ
ନୂଆଦିଲ୍ଲୀ : ଟିକା ମିଳିବା ମାତ୍ରେ ପ୍ରାଥମିକ ପର୍ଯ୍ୟାୟରେ ଦିଲ୍ଲୀର ୫୧ ଲକ୍ଷଙ୍କୁ ଟିକା ଦିଆଯିବ । ଏଥିନିମନ୍ତେ ସମଗ୍ର ପ୍ରସ୍ତୁତି ସରିଛି । ୫୧ ଲକ୍ଷ ଲୋକଙ୍କୁ ଟିକା ଦେବାକୁ ୧.୦୨ କୋଟି ଡୋଜ ଟିକା ଆବଶ୍ୟକ । ଏବେ ଦିଲ୍ଲୀ ସରକାର ୭୪ ଲକ୍ଷ ଡୋଜ ସଂରକ୍ଷିତ କରିବାର କ୍ଷମତା ରଖିଛନ୍ତି । ଏକ ସପ୍ତାହ ମଧ୍ୟରେ ୧.୧୫ କୋଟି ଡୋଜ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରହିଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଗୁରୁବାର ଏକ ସାମ୍ବାଦିକ ସମ୍ମଳିନୀରେ ଏହି ଘୋଷଣା କରିଛନ୍ତି । କେନ୍ଦ୍ରର ନିଦେ୍ର୍ଧଶ ମୁତାବକ ଦିଲ୍ଲୀ ସରକାର ପ୍ରଥମେ ଟିକା ନେବାକୁ ଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରିଛନ୍ତି । ଏହି ତାଲିକାରେ ୩ ଲକ୍ଷ ସ୍ୱାସ୍ଥ୍ୟକର୍ମୀ, ୬ ଲକ୍ଷ ପୁଲିସ, ନାଗରିକ ସୁରକ୍ଷା ଏବଂ ନଗର ନିଗମରେ କାର୍ଯ୍ୟ କରୁଥିବା ଆଗଧାଡ଼ିର କରୋନା ଯୋଦ୍ଧା ରହିଥିବା କେଜରିୱାଲ କହିଛନ୍ତି । ସେହିଭଳି ୫୦ ବର୍ଷରୁ ଊଦ୍ଧ୍ୱର୍ ଏବଂ ଏକାଧିକ ରୋଗରେ ପୀଡ଼ିତ ଥିବା ପାଖାପାଖି ୪୨ ଲକ୍ଷ ଲୋକଙ୍କୁ ପ୍ରାଥମିକ ଭାବେ ଟିକା ଦେବାକୁ ଯୋଜନା ରହିଥିବା କେଜରିୱାଲ କହିଛନ୍ତି । ଟିକା ନେବାକୁ ଥିବା ଲୋକମାନଙ୍କର ତାଲିକା ପ୍ରସ୍ତୁତ କରାଯାଇଛି । ଟିକାକରଣ ଆରମ୍ଭ ହେଲେ ସେମାନଙ୍କ ମୋବାଇଲକୁ ମେସେଜ ଯୋଗେ ସୂଚନା ଦିଆଯିବ ।