ଦିଲ୍ଲୀ ଯିବାକୁ ଗୁହାରି କଲେ ହାଥରସ ପୀଡ଼ିତା ପରିବାର

ଦିଲ୍ଲୀ ଯିବାକୁ ଗୁହାରି କଲେ ହାଥରସ ପୀଡ଼ିତା ପରିବାର

ଦିଲ୍ଲୀ ଯିବାକୁ ଗୁହାରି କଲେ ହାଥରସ ପୀଡ଼ିତା ପରିବାର
ଲକ୍ଷ୍ନୌ: ଉତ୍ତରପ୍ରଦେଶର ବହୁ ଚର୍ଚ୍ଚିତ ହାଥରସ ଗଣଦୁଷ୍କର୍ମ ପୀଡ଼ିତାଙ୍କ ପରିବାର ସଦସ୍ୟ ଏବେ ସୁରକ୍ଷା ଚାହିଁଛନ୍ତି । ସେମାନେ ୟୁପିରେ ନିଜକୁ ସୁରକ୍ଷିତ ଅନୁଭବ କରିପାରୁନାହାନ୍ତି ଏବଂ ସୁରକ୍ଷା ପାଇଁ ରାଜ୍ୟ ଛାଡ଼ି ଦିଲ୍ଲୀ ସ୍ଥାନାନ୍ତର ହେବାକୁ ସରକାରଙ୍କର ସହଯୋଗ ଲୋଡ଼ିଛନ୍ତି । ସେହିପରି ହାଥରସ ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାର ବିଚାରଣା ଉତ୍ତରପ୍ରଦେଶରେ ନ ହୋଇ ଦିଲ୍ଲୀରେ କରାଇବା ପାଇଁ ମଧ୍ୟ ସେମାନେ ପୂର୍ବ ଦାବିକୁ ଦୋହରାଇଛନ୍ତି । ପୀଡ଼ିତା ପରିବାର ମାମଲା ଦିଲ୍ଲୀକୁ ସ୍ଥାନାନ୍ତର ପାଇଁ ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି । ପୀଡ଼ିତାଙ୍କ ଭାଇ କହିଛନ୍ତି ଯେ ସରକାର ଆମକୁ ଏ ଦିଗରେ ସହଯୋଗ କରିବା ଆବଶ୍ୟକ । ଆମେ ସରକାରଙ୍କ ଉପରେ ନିର୍ଭରଶୀଳ । ଆମେ ଯେଉଁଠି ବି ରହୁ ସୁରକ୍ଷିତ ରହିବାକୁ ଚାହୁଁ ବୋଲି ପୀଡ଼ିତାଙ୍କ ପରିବାର ସଦସ୍ୟ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ସିବିଆଇ ହାଥରସ ଗଣଦୁଷ୍କର୍ମ ମାମଲାର ତଦନ୍ତ କରୁଛନ୍ତି । ଏଯାବତ ସିବିଆଇ ପକ୍ଷରୁ ପୀଡ଼ିତାଙ୍କ ସମ୍ପର୍କୀୟ ଏବଂ ମାମଲାରେ ୪ ଅଭିଯୁକ୍ତଙ୍କୁ ଜେରା କରାଯାଇଛି । ଅନ୍ୟ ପକ୍ଷରେ ଏସଆଇଟି ହାଥରସ ମାମଲାରେ ତଦନ୍ତ ଶେଷ କରିଛି ଏବଂ ଖୁବଶୀଘ୍ର ରିପୋର୍ଟ ଦାଖଲ କରିବ ବୋଲି ଜଣାପଡ଼ିଛି ।