ଦଳ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଗ୍ରହଣ କରିବି: ଅମରିନ୍ଦର

ଦଳ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଗ୍ରହଣ କରିବି: ଅମରିନ୍ଦର

ଦଳ ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ ଗ୍ରହଣ କରିବି: ଅମରିନ୍ଦର

ନୂଆଦିଲ୍ଲୀ : ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କୁ ତାଙ୍କ ବାସଭବନରେ ଭେଟିଛନ୍ତି । ପଂଜାବ କଂଗ୍ରେସରେ କନ୍ଦଳ ଲାଗି ରହିଥିବା ବେଳେ ଅମରିନ୍ଦର ଏବଂ ସୋନିଆଙ୍କ ଏହି ବୈଠକକୁ ଖୁବ ଗୁରୁତ୍ୱପୂର୍ଣ୍ଣ ମନେ କରାଯାଉଛି । ବରିଷ୍ଠ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ସହ ତାଙ୍କର ଯେଉଁ ବିବାଦ ଲାଗି ରହିଛି ତାର ସମାଧାନ ପାଇଁ ଆଜିର ବୈଠକରେ କିଛି ନିଷ୍କର୍ସ ବାହାରିଥାଇପାରେ ବୋଲି କୁହାଯାଉଛି । ତେବେ ବୈଠକ ପରେ ଅମରିନ୍ଦର କହିଛନ୍ତି, କଂଗ୍ରେସ ହାଇ କମାଣ୍ଡଙ୍କ ଦ୍ୱାରା ଯେଊଁ ନିଷ୍ପତ୍ତି ନିଆଯିବ ତାକୁ ସେ ଗ୍ରହଣ କରିବେ । ସିଦ୍ଧୁଙ୍କୁ କିଛି ବଡ଼ ପଦବି ମିଳିବ କି ବୋଲି ପ୍ରଶ୍ନ କରିବାରୁ ଅମରିନ୍ଦର କହିଛନ୍ତି, ସିଦ୍ଧୁଙ୍କ ବିଷୟରେ ସେ କିଛି ଜାଣନ୍ତିନି । କିନ୍ତୁ କଂଗ୍ରେସ ସଭାପତି ଯେଉଁ ନିଷ୍ପତ୍ତି ନେବେ ଏବଂ ଯାହା ଚାହିବେ ତାହା ପାଳନ କରାଯିବ । ଉଲ୍ଲେଖଯୋଗ୍ୟ ନବଜୋତ ସିଂହ ସିଦ୍ଧୁ କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ ପ୍ରିୟଙ୍କା ଗାନ୍ଧିଙ୍କୁ ଭେଟିବାର କିଛି ଦିନ ପରେ ଅମରିନ୍ଦର ସୋନିଆଙ୍କୁ ଭେଟିଛନ୍ତି ।