ଥାନାରୁ ଖସିଗଲେ ଡକାୟତ

ଥାନାରୁ ଖସିଗଲେ ଡକାୟତ

ଥାନାରୁ ଖସିଗଲେ ଡକାୟତ

ବଲାଙ୍ଗିର: ପୋଲିସକୁ ଚକ୍‌ମା ଦେଇ ଡକାୟତି ମାମଲାରେ ଅଟକ ରହିଥିବା ଦୁଇ ଅଭିଯୁକ୍ତ ଚମ୍ପଟ ମାରିଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ସଇଁତଳା ଥାନା ବଡମାଲେ ଫାଣ୍ଡିରେ । ତେବେ କିଭଳି ଅଭିଯୁକ୍ତ ଚମ୍ପଟ ମାରିଲେ, ସେନେଇ ପୋଲିସ୍ ଖୋଳତାଡ ଆରମ୍ଭ କରିଛି । 

ସୂଚନା ଅନୁସାରେ ଗତକାଲି ଏକ ଡାକାୟତି ମାମଲାରେ ଦୁଇ ଅଭିଯୁକ୍ତଙ୍କୁ କନକେଲ ଗାଁ’ରୁ ପୋଲିସ୍ ଧରିଥିଲା । ଏବଂ ସେମାନେ ପୋଲିସ୍ ହେପାଜତରେ ଥିଲେ । ତେବେ ଗତକାଲି ବିଳମ୍ବିତ ରାତିରେ ଦୁଇ ଅଭିଯୁକ୍ତ କୌଶଳକ୍ରମେ ପୋଲିସ୍ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିବା ସୂଚନା ମିଳିଛି । ପୋଲିସ୍ ହେପାଜତରେ ଥାଇ ମଧ୍ୟ କିପରି ସେମାନେ ସୁରକ୍ଷା ଭେଦ କରି ଚମ୍ପଟ ମାରିଲେ ସେ ନେଇ ସାଧାରଣରେ ଚର୍ଚ୍ଚା ହେଉଛି । ସେମାନଙ୍କ ଚମ୍ପଟ ପଛରେ ପୋଲିସର ହାତ ଅଛିକି? ଏନେଇ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୋଲିସର ଦାୟୀତ୍ୱହୀନତା ପାଇଁ ପୋଲିସ୍ ଉପରେ କାର୍ୟ୍ୟାନୁଷ୍ଠାନ ନିଆଯିବା ଦରକାର ବୋଲି କୁହାଯାଉଛି ।