ତୃତୀୟ ଡୋଜ୍‌ରେ ବି ନେବେ ସମାନ ଟିକା

ତୃତୀୟ ଡୋଜ୍‌ରେ ବି ନେବେ ସମାନ ଟିକା

ତୃତୀୟ ଡୋଜ୍‌ରେ ବି ନେବେ ସମାନ ଟିକା

ନୂଆଦିଲ୍ଲୀ: ବୁଷ୍ଟର ଡୋଜ୍‌କୁ ନେଇ ଆସିଛି ଗାଇଡ୍‌ଲାଇନ୍। ଭାରତର କୋଭିଡ୍ ଟାସ୍କ ଫୋର୍ସର ମୁଖ୍ୟ ଡ. ଭିକେ ପଲ ବୁଧବାର କହିଛନ୍ତି ଯେ, ଭାରତରେ ଯେଉଁମାନେ ତୃତୀୟ ଡୋଜ୍ (ବୁଷ୍ଟର) ନେବା ପାଇଁ ଯୋଗ୍ୟ ବିବେଚିତ ହେବେ ସେମାନଙ୍କୁ ଏହି ଟିକା ଦେବାରେ ‘ମିକ୍ସ ଆଣ୍ଡ୍ ମ୍ୟାଚ୍’ ପଦ୍ଧତି ଅବଲମ୍ବନ କରାଯିବ ନାହିଁ । 

ଏହାର ଅର୍ଥ ଯେଉଁମାନେ ସେରମ୍ ଇନଷ୍ଟିଚୁ୍ୟଟର କୋଭିସିଲଡ ଟିକାର ଦୁଇଟି ଡୋଜ୍ ନେଇଛନ୍ତି ସେମାନେ ତୃତୀୟ ଡୋଜ୍ ଭାବେ ସେହି କୋଭିସିଲଡ ହିଁ ନେବେ । ସେହିପରି କୋଭାକ୍ସିନର ଦୁଇଟି ଡୋଜ୍ ନେଇଥିବା ବ୍ୟକ୍ତିମାନେ ସେହି କୋଭାକ୍ସିନ୍ ହିଁ ନେବେ ।

 

ସେମାନଙ୍କ ଦେହରେ ଯାଉଛି କି ନାହିଁ ପରୀକ୍ଷା କରି (ମିକ୍ସ ଆଣ୍ଡ୍ ମ୍ୟାଚ୍) ତୃତୀୟ ଡୋଜ୍ ଭାବେ ସେମାନଙ୍କୁ ଅନ୍ୟ ଟିକା ଦିଆଯିବ ନାହିଁ । ଓମିକ୍ରନର ବ୍ୟାପକ ସଂକ୍ରମଣ ପରିପ୍ରେକ୍ଷୀରେ ସବୁଆଡ଼ୁ ଦାବି ଉଠିବାରୁ ଉକ୍ତ ସତର୍କତାମୂଳକ (ପ୍ରିକସନାରି) ବା ବୁଷ୍ଟର ଡୋଜ୍ ପ୍ରଦାନ ବାବଦରେ ଗତ ମାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ । ଆସନ୍ତା ଜାନୁଆରି ୧୦ ତାରିଖରୁ ଏହା କାର୍ୟ୍ୟକାରୀ କରାଯିବ । ବର୍ତ୍ତମାନ ପାଇଁ ଆଗଧାଡ଼ିର କରୋନା ଯୋଦ୍ଧା ଓ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ତଥା ଜଟିଳ ରୋଗ ଥିବା ୬୦ ବର୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତିମାନଙ୍କୁ ବୁଷ୍ଟର ଦିଆଯିବ ।