ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ : ଏମିତି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ : ଏମିତି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ : ଏମିତି ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର : ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କରଙ୍କ ଅଡୁଆ ବଢିବାରେ ଲାଗିଛି । ପ୍ରେମିକା ସେମାଲିକା ଦାଶଙ୍କ ଅଭିଯୋଗ ଆଧାରରେ ଏତଲା ରୁଜୁ କରିବାକୁ ପୋଲିସକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆବେଦନର ଶୁଣାଣି କରି ଜଗତସିଂହପୁର ଥାନା ଆଇଆଇସିଙ୍କୁ ଏତଲା ପଞ୍ଜିକରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ସାର୍ଟିଫାଏଡ କପି ସହିତ ସାନି ଅଭିଯୋଗ ଆବେଦନକାରୀ ଆଇଆଇସିଙ୍କ ନିକଟରେ ଦାଖଲ କରିବେ । ଏହାପରେ ଆଇଆଇସି ଏତଲା ପଞ୍ଜୀକରଣ କରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । 

ପୁଲିସର ନିଷ୍କ୍ରିୟତା ବିରୋଧରେ ସୋମାଲିକା ଦାୟର କରିଥିବା ଆବେଦନରେ ଦର୍ଶାଯାଇଥିଲା ଯେ, ୨୦୨୨ ମେ ୧୩ ଏତଲା ପଞ୍ଜୀକରଣ ପାଇଁ ସେ ଜଗତସିଂହପୁର ଥାନା ଆଇଆଇସିଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ । କିନ୍ତୁ ତାଙ୍କ ଅଭିଯୋଗ ଉପରେ କୌଣସି ପଦକ୍ଷେପ ନିଆଯାଇ ନଥିଲା । ସେ ଏହି ପ୍ରସଙ୍ଗରେ ଜଗତସିଂହପୁର ଏସପିଙ୍କୁ ମଧ୍ୟ ଜଣାଇଥିଲେ । କିନ୍ତୁ କିଛି ସୁଫଳ ମିଳିପାରିନଥିଲା । ଏହାପରେ ବାଧ୍ୟ ହୋଇ ନ୍ୟାୟ ପାଇବା ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାମଲାରେ ଗୃହ ସଚିବ, ପୁଲିସ୍‌ ଡିଜି, ଜଗତସିଂହପୁର ଏସପି, ଜଗତସିଂହପୁର ଥାନା ଆଇଆଇସି ଓ ବିଜୟ ଶଙ୍କର ଦାଶଙ୍କୁ ପକ୍ଷଭୁକ୍ତ କରାଯାଇଥିଲା ।
ସୂଚନାଥାଉକି ବିଜୟଶଙ୍କର ଓ ସୋମଲିକା ସବରେଜିଷ୍ଟ୍ରାର ତଥା ବିବାହ ଅଧିକାରୀଙ୍କ ଅଫିସରେ ବିବାହ ପାଇଁ ଆବେଦନ ହୋଇଥିଲେ ମଧ୍ୟ ବିବାହ ହୋଇପାରି ନଥିଲା । ଅନ୍ୟପକ୍ଷରେ ବିଜୟ ଶଙ୍କର ଓ ସୋମାଲିକା ସବରେଜିଷ୍ଟ୍ରାର ତଥା ବିବାହ ଅଧିକାରୀଙ୍କ ଅଫିସରେ ବିବାହ ପାଇଁ ଆବେଦନ କରିଥିଲେ ମଧ୍ୟ ବିବାହ ହୋଇପାରିନଥିଲା । ଅନ୍ୟପକ୍ଷରେ ସୋମାଲିକା ଥାନରେ ଅଭିଯୋଗ କରିଥିଲେ ।