ତିନି ଦିନ ହେଲାଣି ଖୋଲା ଆକାଶ ତଳେ ପଡିଛି, ଧାନ-ପ୍ୟାକ୍ସରେ ତାଳା ପକାଇଲେ ଚାଷୀ
ତିନି ଦିନ ହେଲାଣି ଖୋଲା ଆକାଶ ତଳେ ପଡିଛି, ଧାନ-ପ୍ୟାକ୍ସରେ ତାଳା ପକାଇଲେ ଚାଷୀ
admin
Dec 6, 2019 - 04:01
Updated: Dec 6, 2019 - 04:01
ଗୁଡଭେଲା/ତୁଷୁରା - ବଲାଙ୍ଗିର ଜିଲା ଗୁଡଭେଲା ବ୍ଳକ ଅନ୍ତର୍ଗତ ଝାରସମରା ପ୍ରାଥମିକ ସମବାୟ ସମିତି (ପ୍ୟାକ୍ସ)ପକ୍ଷରୁ ଚାଷୀଙ୍କୁ ଗତ ୩ ତାରିଖରୁ ଧାନ କ୍ରୟ ପାଇଁ ଟୋକନ ଦିଆଯାଇଥିଲେ ମଧ୍ୟ ଧାନ କିଣି ନଥିବାରୁ ଗୁରୁବାର ଚାଷୀମାନେ ପ୍ୟାକ୍ସରେ ତାଳା ପକାଇ ଦେଇଥିଲେ । ଏହି ଖବର ପାଇ ଗୁଡଭେଲା ଯୋଗାଣ ଅଧିକାରୀ ପ୍ରଭାତ ଦାଶ ଚାଷୀଙ୍କ ସହ ଚାଷୀ ମାନେ ଆଲୋଚନା କରିଥିଲେ । କିନ୍ତୁ ଧାନ ଉଠାଇ ପାରି ନଥିବାରୁ ଖବର ଲେଖା ହେବା ପର୍ଯ୍ୟନ୍ତ ଚାଷୀମାନେ ପ୍ୟାକ୍ସର ତାଳା ଖୋଳି ନଥିବା ଜଣାପଡିଛି । ଧାନ ନ ଉଠିଲା ପର୍ଯ୍ୟନ୍ତ ତାଳା ଖୋଲା ଯିବ ନାହିଁ , ଦରକାର ପଡିଲେ ରାଜରାସ୍ତାକୁ ଓହ୍ଳାଇବା ପାଇଁ ଜାମୀନୀ ପ୍ରଧାନ, ବିଶ୍ନରାଜ ପ୍ରଧାନ, ବିନୋଦିନୀ ପ୍ରଧାନ, ଦେବାଦି ପ୍ରଧାନ ଆଦି ଚେତାବନୀ ଦେଇଛନ୍ତି । ପ୍ରାପ୍ତ ସୂଚନା ଅନୁଯାଇଁ ଏହି ପ୍ୟାକ୍ସଟି ତା.୩୦-୧୧-୧୯ରୁ ଧାନ କ୍ରୟ ଆରମ୍ଭ କରିଥିବା ବେଳେ ଗୁରୁବାର ପର୍ଯ୍ୟନ୍ତ ୨୫ ଜଣ ଚାଷୀଙ୍କ ଠାରୁ ୧୭୦୬ କୁଣ୍ଟଳ ଧାନ କ୍ରୟ କରିଛନ୍ତି । ଏହି ପ୍ୟାକ୍ସ ମାଧ୍ୟମରେ ୩୦୧ ଜଣ ଚାଷୀ ଧାନ ବିକ୍ରୟ ପାଇଁ ଆବେଦନ କରିଥିବା ବେଳେ ୪୦ ଜଣ ଚାଷିଙ୍କ ଠାରୁ ପ୍ୟାକ୍ସ କିଣିବା ପାଇଁ ଆଦେଶ ଆସିଥିବା ବେଳେ ୨୬୧ ଜଣ ଚାଷୀଙ୍କ ଧାନ ଝାରସମରା ଗ୍ରାମ ସ୍ଥିତ ସତ୍ୟଭାମା ମହିଲା ସ୍ୱଂୟ ସହାୟିକା ଗୋଷ୍ଠୀ କିଣିବା ପାଇଁ ଆଦେଶ ରହିଛି । ଗତ ୩ ତାରିଖରୁ ପ୍ୟାକ୍ସରେ ପଡି ରହିଥିବା ୪ଜଣ ଚାଷୀଙ୍କ ପ୍ରାୟ ଚାରି ଶହ ପାକେଟ ଧାନକୁ ଉକ୍ତ ମହିଲା ଏସଏଚଜି ଗୋଷ୍ଠୀ କିଣିବାକୁ ଥିବାରୁ ଏପରି ସମସ୍ୟା ହୋଇଛି ବୋଳି ପ୍ୟାକ୍ସ ସଂପାଦକ ଶୁଭେନ୍ଦୁ ଶେଖର ହୋତା କହନ୍ତି । ଆହୁରି କହନ୍ତି ଯେ, ଗତ ୨ ତାରିଖରେ ଏହି ଚାଷୀ ମାନଙ୍କର ଧାନ କ୍ରୟ କରିବାର କ୍ଷମତା ଆମ ପାଖରେ ଥିବା ଅନଲାଇନରେ ଦର୍ଶାଉଥିବା ବେଳେ ଧାନ ଆସିବା ପରେ ତାକୁ ଯେତେ ବେଳେ ଅନଲାଇନରେ ଏଣ୍ଟ୍ର କରିବାକୁ ଚେଷ୍ଟା କରି ସେତିକି ସମୟରେ ଉକ୍ତ ଚାଷିଙ୍କ ଧାନଗୁଡିକ ଏସଏଚଜି ଗୋଷ୍ଠୀ କିଣିବାର ଦର୍ଶାଇଥିଲା ବୋଳି କହିଥିଲେ । ଅନ୍ୟପକ୍ଷରେ ଏପରି କୌଣସି ଏସଏଚଜି ମହିଲା ଗୋଷ୍ଠୀ ଗ୍ରାମରେ ନଥିବା ଚାଷୀମାନେ ଅଭିଯୋଗ କରିଥିଲେ । ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃହ୍ଟି ଦେଇ ଯଥା ଶିଘ୍ର ଉକ୍ତ ଏସଏଚଜି ଗୋଷ୍ଠିକୁ ଠାବ କରିବା ସହ ଚାଷୀଙ୍କ ଧାନକୁ କିଣିବାର ବ୍ୟବସ୍ଥା କରିବାକୁ ଦାବୀ ହେଉଛି ।