ତାଳଚେରରେ ହେବ ନାହିଁ ପ୍ରସିଦ୍ଧ ଗଣେଶ ପୂଜା

ତାଳଚେରରେ ହେବ ନାହିଁ ପ୍ରସିଦ୍ଧ ଗଣେଶ ପୂଜା

ତାଳଚେରରେ ହେବ ନାହିଁ ପ୍ରସିଦ୍ଧ ଗଣେଶ ପୂଜା
ତାଳଚେର : କରୋନା ପାଇଁ ସବୁ ପୂଜା ପର୍ବାଣୀ ଉପରେ କଟକଣା ଜାରି କରାଯାଇଛି । ଚଳିତ ବର୍ଷ ତାଳଚେରର ପ୍ରସିଦ୍ଧ ଗଣେଶ ପୂଜା ଉପରେ ରୋକ୍ ଲାଗିଛି । କରୋନାକୁ ଦୃଷ୍ଟିରେ ରଖି ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି। ଚଳିତ ବର୍ଷ ପୂଜା ଉପରେ ରୋକ୍ ଲଗାଇଛନ୍ତି ଉପଜିଲ୍ଲାପାଳ । ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ସାମୁହିକ ପୂଜା କଲେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦେଶନାମା ଜାରି ହୋଇଛି । ଚଳିତ ବର୍ଷ ତାଳଚେରରେ କୌଣସି ସର୍ବସାଧାରଣ ସ୍ଥାନ, ମଣ୍ଡପ, କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ ଗଣେଶ ପୂଜା ହେବ ନାହିଁ ବୋଲି ଅନୁଷ୍ଠିତ ପ୍ରଶାସନିକ ବୈଠକରେ ନିଷ୍ପତ୍ତି ହୋଇଛି । ତାଳଚେର ଉପଜିଲ୍ଲାପାଳଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଏହି ନିଷ୍ପତ୍ତି ହୋଇଛି । ପ୍ରଶାସନର ଏହି କଟକଣାକୁ ଅବମାନନା କରି ପୂଜା ଆୟୋଜନ କଲେ କୋଭିଡ୍ ନିୟମ ଅନୁଯାୟୀ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି। ସୂଚନାଯୋଗ୍ୟ, ଗତକାଲି କମିସନ୍‌ରେଟ ପୁଲିସ ଟୁଇନ୍ ସିଟିରେ ସାମୂହିକ ଗଣେଶ ପୂଜା ପାଳନ ଉପରେ ପ୍ରତିବନ୍ଧକ ଲଗାଯାଇଛି । କୌଣସି ମଣ୍ଡପରେ ଚଳିତ ଥର ଗଣେଶ ପୂଜା ହୋଇପାରିବନି ବୋଲି ନିର୍ଦ୍ଦେଶ ରହିଛି ।