ତାଇଓ୍ଵାନ୍‌ର ଏକ ଟ୍ରେନ୍‌ ଧାରଣାଚ୍ୟୁତ ହେବାରୁ ୩୬ ଜଣଙ୍କ ମୃତ୍ୟୁ

ତାଇଓ୍ଵାନ୍‌ର ଏକ ଟ୍ରେନ୍‌ ଧାରଣାଚ୍ୟୁତ ହେବାରୁ ୩୬ ଜଣଙ୍କ ମୃତ୍ୟୁ

ତାଇଓ୍ଵାନ୍‌ର ଏକ ଟ୍ରେନ୍‌ ଧାରଣାଚ୍ୟୁତ ହେବାରୁ ୩୬ ଜଣଙ୍କ ମୃତ୍ୟୁ
ତାଇପେଇ: ତାଇଓ୍ଵାନ୍‌ର ଏକ ଟ୍ରେନ୍‌ ଧାରଣାଚ୍ୟୁତ ହେବାରୁ ଅନ୍ୟୂନ ୩୬ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୭୨ଜଣ ଆହତ ହୋଇଛନ୍ତି। ଗୋଟାଏ ଟ୍ରକ୍‌ ସହ ଧକ୍କା ଖାଇ ଶୁକ୍ରବାର ଦିନ ଏକ ସୁଡ଼ଙ୍ଗ ପଥ ମଧ୍ୟରେ ତାଇଓ୍ଵାନ୍‌ର ଏକ ଟ୍ରେନ୍‌ ଧାରଣାଚ୍ୟୁତ ହୋଇଛି।ତାଇପେଇରୁ ତାଇତୁଙ୍ଗ୍‌ ଅଭିମୁଖେ ଯାତ୍ରା କରୁଥିବା ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ଟି ପୂର୍ବ ତାଇଓ୍ଵାନ୍‌ର ଉତ୍ତର ହୁଆଲିଏନ୍‌ରେ ଧାରଣାରୁ ବିଚ୍ୟୁତ ହୋଇଯାଇଥିଲା ବୋଲି ତାଇଓ୍ଵାନ୍‌ ଅଗ୍ନିଶମ ବିଭାଗ କହିଛି। ସୁଡ଼ଙ୍ଗ ପଥ ମଧ୍ୟରେ କେତେକ ବଗି ନଷ୍ଟ ହୋଇ ଖଣ୍ଡ ଖଣ୍ଡ ହୋଇ ଯାଇଥିବା ବେଳେ ଅନ୍ୟ କେତେକ ଚେପା ହୋଇଯାଇଛି। ଫଳତଃ ଉଦ୍ଧାରକାରୀମାନେ ଯାତ୍ରୀମାନଙ୍କ ପାଖରେ ପହଞ୍ଚିବାରେ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଟ୍ରେନ୍‌ରେ ପ୍ରାୟ ୩୫୦ଜଣ ଯାତ୍ରୀ ଥିଲେ ବୋଲି ଅଗ୍ନିଶମ ବିଭାଗ କହିଛି। ଟ୍ରେନ୍‌ର ପ୍ରଥମ ୪ଟି ବଗିରୁ ୮୦ରୁ ୧୦୦ ସଂଖ୍ୟକ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଛି। ୫ରୁ ୮ ପର୍ୟ୍ୟନ୍ତ ବଗି ନଷ୍ଟ ହୋଇଯାଇଥିବାରୁ ସେଠାକୁ ଉଦ୍ଧାରକାରୀମାନେ ଯାଇ ପାରୁନାହାନ୍ତି।