ପିପିଲି ଥାନାରେ ବିଜେପି-ବିଜେଡି ମୁହାଁମୁହିଁ

ପିପିଲି ଥାନାରେ ବିଜେପି-ବିଜେଡି ମୁହାଁମୁହିଁ

ପିପିଲି ଥାନାରେ ବିଜେପି-ବିଜେଡି  ମୁହାଁମୁହିଁ
ଭୁବନେଶ୍ୱର:ପିପିଲି ପ୍ରଚାର ବେଳେ ବିଜେପି ରାଲିକୁ ଆକ୍ରମଣ ଅଭିଯୋଗ ଘଟଣା । ପ୍ରତିବାଦରେ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଓ ସମର୍ଥକ ମାନେ ମିଶି ପିପିଲି ଥାନା ଘେରାଉ କରିଛନ୍ତି । ବିଜେଡି ସମର୍ଥକମାନେ ମଧ୍ୟ ଥାନା ଘେରାଉ କରି କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି । ଥାନା ସାମ୍ନାରେ ଶତାଧିକ ବିଜେପି, ବିଜେଡି କର୍ମୀ ହୋହଲ୍ଲା ଓ ନାରାବାଜି କରୁଛନ୍ତି । ରାଇଗିରିପୁର ଗାଁରେ ଆଜି ବିଜେପି ରାଲି ଉପରେ ଆକ୍ରମଣ ଅଭିଯୋଗ ହୋଇଥିଲା । ବିଜେପି କର୍ମୀଙ୍କୁ କିଛି ବିଜେଡି କର୍ମୀ ମାରଧର କରିବା ଅଭିଯୋଗ ହୋଇଥିଲା । କାର୍ଯ୍ୟାନୁଷ୍ଠାନ ଦାବିରେ ଗାଁ ଦାଣ୍ଡରେ ବିଜେପି ପ୍ରାର୍ଥୀ ଧାରଣାରେ ବସିଥିଲେ ।