ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ତହସିଲଦାରଙ୍କ ଘରେ ଭିଜିଲାନ୍ସ ଚଢ଼ଉ
ଭୁବନେଶ୍ୱର: ପୁରୀ ଜିଲ୍ଲା ନିମାପଡା ତହସିଲଦାର ରାମଚନ୍ଦ୍ର ଜେନାଙ୍କ ଘର ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ଉ କରାଯାଇଛି। ପ୍ରଥମେ ରାମ ଚନ୍ଦ୍ରଙ୍କ ଠାରୁ ୪ଲକ୍ଷ ୬୫ ହଜାର ଟଙ୍କା ଜବତ ହୋଇଥିଲା । ଏହପରେ ତାଙ୍କ ସରକାରୀ ବାସଭବନରୁ ୫୦ହଜାର ଟଙ୍କା ଜବତ ହୋଇଥିଲା ।
ତେବେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବର୍ତ୍ତମାନ ତହସିଲଦାର ରାମ ଚନ୍ଦ୍ରଙ୍କ ଘର ରେଡ୍ ଚାଲିଛି । କଟକ ସିଡିଏ, ଧାନମଣ୍ଡଳ ଓ ଗରଦପୁରରେ ଥିବା ଘରେ ବର୍ତ୍ତମାନ ଭିଜିଲାନ୍ସ ଟିମ ରେଡ୍ କରୁଛି । ଏହା ସହିତ କେନ୍ଦ୍ରାପଡାରେ ଥିବା ଘରକୁ ମଧ୍ୟ ରେଡ୍ କରାଯାଉଛି । ଭିଜିଲାନ୍ସ ଟିମ୍ ବର୍ତ୍ତମାନ ଘରେ ଥିବା କାଗଜପତ୍ର ଯାଞ୍ଚ କରୁଛନ୍ତି। ଏହି ଟିମରେ ୬ଜଣ ଡିଏସପିଙ୍କ ସହ ଭିଜିଲାନ୍ସ ଅଫିସର ରହିଛନ୍ତି ।




admin 