ଡିଭାଇଡର୍‌ରେ ପିଟିହେଲା ବାଇକ୍‌, ୨ ମୃତ

ଡିଭାଇଡର୍‌ରେ ପିଟିହେଲା ବାଇକ୍‌, ୨ ମୃତ

ଡିଭାଇଡର୍‌ରେ ପିଟିହେଲା ବାଇକ୍‌, ୨ ମୃତ

ବାଲେଶ୍ୱର: ବାଲେଶ୍ୱର ଉପକଣ୍ଠ ବାଲିଆ ଅଞ୍ଚଳରେ ରବିବାର ଘଟିଛି ମର୍ମନ୍ତତ ଦୁର୍ଘଟଣା। ଡିଭାଇଡରରେ ବାଇକ୍ ପିଟି ହେବାରୁ ଚାଲଇଯାଇଛି  ୨ ଜୀବନ ।  ଏହି ଦୁର୍ଘଟଣାରେ  ଜଣଙ୍କ ଅବସ୍ଥା ଗୁରୁତର ଅଛି।

ଗତକାଲି ଗୋଟିଏ ବାଇକ୍ରେ ତିନି ଯୁବକ ରେମୁଣା ଗୋଲେଇ ଛକ ଅତିକ୍ରମ କରୁଥିବା ବେଳେ ଭୀମପୁରା ନିକଟରେ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ । ସେଠାରେ ଥିବା ଏକ ଡିଭାଇଡରରେ ବାଇକ୍ଟି ପିଟି ହୋଇଯିବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା।

ସ୍ଥାନୀୟ ଲୋକେ ସମସ୍ତ ୩ ବାଇକ୍ ଆରୋହୀଙ୍କୁ ଆମ୍ବୁଲାନ୍ସ ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ ।  ସେଠାରେ ଡାକ୍ତର ପରେଶ ଏବଂ ଭାଲୁ ନାମକ ଦୁଇ  ଯୁବକଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟ ଜଣେ ଗୁରୁତରଙ୍କ ଚିକିତ୍ସା ଚାଲିଛି  । ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏଥିଯୋଗୁ କିଛି ସମୟ ପାଇଁ ଯାନାବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିବା ବେଳେ ପରେ ତାହା ସ୍ୱାଭାବିକ ହୋଇଥିବା ଜଣାଯାଇଛି।