ଡାହାଣ ହାତ ମଝି ଆଙ୍ଗୁଠିରେ ଲଗାନ୍ତୁ ଅକ୍ସିମିଟର

ଡାହାଣ ହାତ ମଝି ଆଙ୍ଗୁଠିରେ ଲଗାନ୍ତୁ ଅକ୍ସିମିଟର

ଡାହାଣ ହାତ ମଝି ଆଙ୍ଗୁଠିରେ ଲଗାନ୍ତୁ ଅକ୍ସିମିଟର
ଭୁବନେଶ୍ୱର: କରୋନ ରୋଗୀଙ୍କୁ ଅକ୍ସିଜେନ ଆବଶ୍ୟକତା ସଂପକୟରେ ବିଶେଷଜ୍ଞଙ୍କ ସୂଚନା । ସବୁ କରୋନା ରୋଗୀଙ୍କ ଅକ୍ସିଜେନ ଆବଶ୍ୟକ ନଥାଏ ବୋଲି ଡାକ୍ତର କହିଛନ୍ତି । ବିଶିଷ୍ଟ ଛାତି ରୋଗ ବିଶେଷଜ୍ଞ ଡାକ୍ତର କ୍ଷୀରୋଦ ରାଉତ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି, ଅକ୍ସିଜେନ ମାତ୍ରା ୯୪ରୁ ତଳକୁ ଖସିଲେ ଡାକ୍ତରଙ୍କ ପରାମର୍ଶ ନେବା ଜରୁରୀ । ତେବେ କିଛି ବ୍ୟାୟମ ଦ୍ୱାରା ଅକ୍ସିଜେନ ମାତ୍ରା ପୁଣି ହେବ । ପ୍ରୋନିଂ ବା ପେଟ ମାଡି ଶୋଇବା ଦ୍ୱାରା ଅକ୍ସିଜେନ ମାତ୍ରା ବୃଦ୍ଧି ପାଇଥାଏ । ଅକ୍ସିଜେନ ମାପିବା ପାଇଁ ଅକ୍ସିମିଟର ବି ସଠିକ ଭାବେ ଲଗାଇବା ଜରୁରୀ । ଡାହାଣ ହାତ ମଝି ଆଙ୍ଗୁଠିରେ ଅକ୍ସିମିଟର ଲଗାଇବା ଉଚିତ । ଡାହାଣ ହାତ ମଝି ଆଙ୍ଗୁଠି କିମ୍ବା ବୁଢା ଆଙ୍ଗୁଠିରେ ଲଗାଇବାକୁ ପରାମର୍ଶ ଦେଇଛନ୍ତି । ଅକ୍ସିମିଟର ଭିତରେ ଆଙ୍ଗୁଠି ଠିକ୍ ଭାବେ ଖାପିବା ଜରୁରୀ ରହିଛି । ଆଙ୍ଗୁଠିରେ ନେଲପଲିସ ଲାଗି ନଥିବା, ବଙ୍କାତେଢା ହୋଇନଥିବା ଉଚିତ । ଅନୁଲୋମ ବିଲୋମ, ଜୋରେରେ ନିଶ୍ୱାସ ନେଇ ଛାଡିବା ଦ୍ୱାରା ଉପକାର ମିଳେ ବୋଲି ଡାକ୍ତର କ୍ଷୀରୋଦ ରାଉତ କହିଛନ୍ତି ।