ଡାକ୍ତରଖାନାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର

ଡାକ୍ତରଖାନାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର

ଡାକ୍ତରଖାନାରେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର

ଫୁଲବାଣୀ : ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ଅସୁସ୍ଥ ହୋଇ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ବିଧାୟକ ୭ ତାରିଖ ଦିନ ଭୁବନେଶ୍ୱର ଠାରେ ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପତି ମୁର୍ମୁଙ୍କ କାର୍ୟ୍ୟକ୍ରମରେ ଯୋଗଦେଇ ଶନିବାର ସକାଳ ୮ଟାରେ ଫୁଲବାଣୀ ଫେରୁଥିଲେ । ନୟାଗଡ଼ ନିକଟରେ ଝାଡ଼ାବାନ୍ତି ସହ ଅସୁସ୍ଥ ଅନୁଭବ କରିଥିଲେ ।

ବିଧାୟକ ସହିତ ତାଙ୍କ ପୁଅ ବୁନା କହଁର ସାଙ୍ଗରେ ରହିଥିଲେ । ବାଟରେ ଔଷଧ ଖାଇ ଫୁଲବାଣୀରେ ପହଞ୍ଚି ଯାଇଥିଲେ । ଡାକ୍ତର ସ୍ୱାସ୍ଥ୍ୟାବସ୍ଥା ପରୀକ୍ଷା କରି ତୁରନ୍ତ ଚିକିତ୍ସା ଆରମ୍ଭ କରିଛନ୍ତି । ସାଲାଇନ ଦିଆଯିବା ପରେ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଥିବା ଡାକ୍ତର କହିଛନ୍ତି । ବିଧାୟକଙ୍କ ସହିତ ପିଏସ୍‌ଓ ସୁବଳ ସାହାଣି  ରହିଛନ୍ତି।