ଟ୍ରେନର ୪ବଗି ଲାଇନଚ୍ୟୁତ
ଟ୍ରେନର ୪ବଗି ଲାଇନଚ୍ୟୁତ

ସୁନ୍ଦରଗଡ଼ : ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନର ୪ଟି ବଗି । ଗତକାଲି ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ରେଳଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ୪ଟି ବଗି ଲାଇନଚ୍ୟୁତ ହୋଇଥିଲା । ହେଲେ କେହି ମୃତାହତ ହୋଇ ନାହାନ୍ତି । ଏକ ବଡ଼ ଧରଣର ଦୁର୍ଘଟଣା ଟଳିଯାଇଛି ।
ମାଲବାହୀ ଟ୍ରେନଟି ଦୀର୍ଘ ସମୟ ଧରି ଷ୍ଟେସନରେ ଅଟକିଥିଲା । ଏହାପରେ ପୁଣି ଯେତେବେଳେ ଚାଲିବା ଆରମ୍ଭ କଲା, କିଛି ଦୂର ଯାଇ ଦୁର୍ଘଟଣାଗ୍ରସ୍ଥ ହୋଇଥିଲା, ଆଉ ୪ଟି ବଗି ଟ୍ରାକ୍ ବାହାରକୁ ଯାଇ ଓଲଟି ପଡ଼ିଥିଲା । ତେବେ ଏହି ଲାଇନଚ୍ୟୁତ ଘଟଣା ତୃତୀୟ ଲାଇନରେ ଘଟିଥିଲା । ଫଳରେ ପାସେଞ୍ଜର ଟ୍ରେନ ଚଳାଚଳ ବ୍ୟାହତ ହୋଇନାହିଁ ।