ଟ୍ରେଣ୍ଡରେ ନେହାଙ୍କ ନୂଆ ଗୀତ ‘ଜିନକେ ଲିୟେ’

ଟ୍ରେଣ୍ଡରେ ନେହାଙ୍କ ନୂଆ ଗୀତ ‘ଜିନକେ ଲିୟେ’

ଟ୍ରେଣ୍ଡରେ ନେହାଙ୍କ ନୂଆ ଗୀତ ‘ଜିନକେ ଲିୟେ’
ନିଜର ମ୍ୟୁଜିକ ଭିଡିଓକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି ଗାୟିକା ନେହା କକ୍କର । ଏବେ ତାଙ୍କର ଆଉ ଏକ ନୂଆ ଗୀତ ‘ଜିନକେ ଲିୟେ’ ରିଲିଜ ହୋଇଛି । ଏଥିରେ ନେହାଙ୍କ ସହ ପ୍ରସିଦ୍ଧ ସଙ୍ଗୀତ ଲେଖକ ଜାନି ନଜର ଆସିଛନ୍ତି । ଗୀତଟିକୁ ଜାନି କମ୍ପୋଜ ମଧ୍ୟ କରିଛନ୍ତି । ଏହାକୁ ସଙ୍ଗୀତରେ ସଜାଇଛନ୍ତି ବି ପ୍ରାକ୍‍ । ପ୍ରେମ ଓ ପ୍ରତାରଣା ଉପରେ ଏହା ପର୍ଯ୍ୟବସିତ । ଗୀତଟି ଖୁବ୍‍ ଆବେଗପୂର୍ଣ୍ଣ ହୋଇଥିବା ବେଳେ ସୋସିଆଲ ମିଡିଆରେ ଏହାକୁ ଖୁବ ପସନ୍ଦ କରୁଛନ୍ତି ସଙ୍ଗୀତପ୍ରେମୀ । ୨ ଘଣ୍ଟା ରେ ଗୀତଟିକୁ ୪ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି । ଜାନିଙ୍କ ଆଲବମ ‘ଜାନି ୱେ’ ର ଏହା ଦ୍ୱିତୀୟ ଗୀତ । ଏହି ଆଲବମରେ ୭ ଗୀତ ରହିବ । ପ୍ରଥମ ଗୀତରେ ଭିକି କୌଶଲ ଓ ନୋରା ଫତେହିଙ୍କୁ ଦେଖିବାକୁ ମିଳିଥିଲା । ଏଥିରେ କଣ୍ଠଦାନ କରିଥିଲେ ଅରଜିତ ସିଂହ । ତାକୁ ମଧ୍ୟ ଲୋକେ ଖୁବ ପସନ୍ଦ କରିଥିଲେ । ଜିନକେ ଲିୟେ ମ୍ୟୁଜିକ ଭିଡିଓରେ ନେତା ଜଣେ ବିବାହିତା ମହିଳା ଭୂମିକା ନିର୍ବାହ କରିଛନ୍ତି । ସ୍ୱାମୀଙ୍କ ପ୍ରତାରଣାର ଶିକାର ହେବା ପରେ ସେ ଆତ୍ମହତ୍ୟା କରିଛନ୍ତି । ଗୀତଟି ଟି-ସିରିଜର ୟୁଟ୍ୟୁବ ଚ୍ୟାନେଲ ରିଲିଜ ହେବା ପରଠୁ ଟ୍ରେଣ୍ଡରେ ଅଛି ।