ଟ୍ରମ୍ପ ଦମ୍ପତ୍ତି କରୋନା ଆକ୍ରାନ୍ତ

ଟ୍ରମ୍ପ ଦମ୍ପତ୍ତି କରୋନା ଆକ୍ରାନ୍ତ

ଟ୍ରମ୍ପ ଦମ୍ପତ୍ତି କରୋନା ଆକ୍ରାନ୍ତ
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମେଲାନିଆ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି। ନିଜେ ରାଷ୍ଟ୍ରପତି ଟ୍ରମ୍ପ ଏନେଇ ଘୋଷଣା କରିଛନ୍ତି। ସେ ଆଜି ଏକ ଟୁଇଟ୍‌ରେ କହିଛନ୍ତି, "ଆଜି ରାତିରେ, ଅ ଫ୍ଲୋଟସ୍ ଏବଂ ମୁଁ କୋଭିଡ -୧୯ ପାଇଁ ପଜିଟିଭ୍ ହୋଇଛୁ। ଆମେ ତୁରନ୍ତ ଆମର କ୍ଵାରେଣ୍ଟିନ ପ୍ରକ୍ରିୟା ଆରମ୍ଭ କରିବୁ। କରୋନା ଆକ୍ରାନ୍ତ ପରାମର୍ଶଦାତା ହୋପ୍‌ ହିକ୍ସଙ୍କ ସଂସ୍ପର୍ଶରେ ଆସିଥିଲେ ଟ୍ରମ୍ପ୍‌ । ସୂଚନାଯୋଗ୍ୟ, ଆସନ୍ତା ନଭେମ୍ବର ୩ ତାରିଖରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ନିର୍ବାଚନୀ ପ୍ରଚାରରେ ପ୍ରତିବନ୍ଧକ ଲାଗିବା ନେଇ ସମ୍ଭାବନା ରହିଛି ।