ଟଳିଲା ବାରବାଟୀ ଆଶଙ୍କା
ଟଳିଲା ବାରବାଟୀ ଆଶଙ୍କା
କଟକ: ଟଳିଲା ବାରବାଟୀରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚ ଆଶଙ୍କା । ମ୍ୟାଚ ବନ୍ଦ ପାଇଁ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲାକୁ ଖାରଜ କଲେ ହାଇକୋର୍ଟ । ଆଜି ଏହାର ଶୁଣାଣି କରି ଦାୟର ମାମଲାକୁ ଖରଜ କରିଛନ୍ତି କୋର୍ଟ । ଷ୍ଟାଡିୟମରେ ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବା ଦର୍ଶାଇ ମ୍ୟାଚକୁ ବନ୍ଦ କରିବା ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଢେଙ୍କାନାଳ ଅଞ୍ଚଳର ସଞ୍ଜୟ ନାୟକ ।
ଅଗ୍ନିନିରାପତ୍ତା ବ୍ୟବସ୍ଥା ନଥିବାରୁ ମ୍ୟାଚ ବନ୍ଦ କରାଯାଉ ବୋଲି କୋର୍ଟରେ ପାର୍ଥନା କରିଥିଲେ ସଞ୍ଜୟ । ଏହି ମାମଲାରେ ରାଜ୍ୟ ସରକାର, ବିସିସିଆଇ, ଓସିଏଙ୍କ ସମେତ ୧୫ ଜଣକୁ ପକ୍ଷଭୁକ୍ତ କରାଯାଇଥିଲା । ଆଜିର ଶୁଣାଣି ସମୟରେ ଷ୍ଟାଡିୟମରେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିବା ନେଇ କୋର୍ଟଙ୍କୁ ଅବଗତ କରାଇଥିଲେ ଆଡଭୋକେଟ ଜେନେରାଲ ।