ଟ୍ରେନ୍‌ ଟ୍ରାଜେଡି, ୨ ରେଳ କର୍ମଚାରୀଙ୍କୁ ସିବିଆଇର ନୋଟିସ୍‌

ଟ୍ରେନ୍‌ ଟ୍ରାଜେଡି, ୨ ରେଳ କର୍ମଚାରୀଙ୍କୁ ସିବିଆଇର ନୋଟିସ୍‌

ଭୁବନେଶ୍ୱର : ବାହାନଗା ରେଳ ଦୁର୍ଘଟଣା ମାମଲା । ରବିବାର ସିବିଆଇରେ ହାଜର ପାଇଁ ଦୁଇ ରେଳ କର୍ମଚାରୀଙ୍କୁ ନୋଟିସ ଦିଆଯାଇଛି । ଷ୍ଟେସନ ମାଷ୍ଟରଙ୍କ ସହ ଅନ୍ୟ ଜଣେ ରେଳ କର୍ମଚାରୀଙ୍କୁ ନୋଟିସ ହୋଇଥିବା ଜଣାପଡିଛି ।

ସେପଟେ ଏହି ମାମଲାରେ ଗିରଫ ୩ ରେଳ ଅଧିକାରୀଙ୍କୁ ରିମାଣ୍ଡରେ ନେଇ ମାରାଥନ୍ ଜେରା କରୁଛି ସିବିଆଇର ସ୍ବତନ୍ତ୍ର ଟିମ୍। ସିଗନାଲିଂ ତ୍ରୁଟି ପାଇଁ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ବେଳେ କେଉଁ ପରିସ୍ଥିତିରେ ଏମିତି ହେଲା, ଦୁର୍ଘଟଣା ପରେ କାହିଁକି ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ ଚାଲିଥିଲା, ଏହା ପଛରେ ଷଡଯନ୍ତ୍ର ରହିଛି କି ନାହିଁ, ଏସବୁ ଦିଗ ଉପରେ ସିବିଆଇ ଅଧିକ ତଦନ୍ତ ଚଳାଇଛି। ୫ ଦିନିଆ ରିମାଣ୍ଡରେ ଆସିଥିବା ୩ ରେଳ ଅଧିକାରୀଙ୍କୁ ଚନ୍ଦକା ଥାନାରେ ଅଲଗା ଅଲଗା ଜେରା କରାଯାଉଛି। ଆଜି ୩ ଅଭିଯୁକ୍ତ ଅରୁଣ ମହାନ୍ତ, ମହମ୍ମଦ ଅମୀର ଖାନ ଓ ପପୁ କୁମାର ଙ୍କୁ ଦୁର୍ଘଟଣାସ୍ଥଳ ସହ ସୋର ଏବଂ ବାଲେଶ୍ଵରର ସିଗନାଲ୍ ରୁମ ଓ ରିଲେ ରୁମ ନେଇ ତଦନ୍ତ କରିବ ସିବିଆଇ ଟିମ୍ ।