ଝିଅକୁ ଅସଦାଚରଣର ପ୍ରତିଶୋଧ ନେଲା ବାପା
ଝିଅକୁ ଅସଦାଚରଣର ପ୍ରତିଶୋଧ ନେଲା ବାପା
ପୋଲସରା: ୬ ମାସ ତଳେ ଝିଅକୁ ଅସଦବ୍ୟବହାର କରିଥିଲେ ଜଣେ ଯୁବକ । ବାପାଙ୍କ ମନରୁ ସେହି କ୍ରୋଧ ଯାଇନଥିଲା । ପ୍ରତିଶୋଧ ପାଇଁ ସେ କେବଳ ସୁଯୋଗ ଅପେକ୍ଷା ଥିଲେ । ଗତକାଲି ସୁଯୋଗ ପାଇବା ମାତ୍ରକେ ସମ୍ପୃକ୍ତ ଯୁବକକୁ ଗୁଳି କରି ହତ୍ୟା କରିଛନ୍ତି । ଘଟଣାଟି ଘଟିଛି ଗଞ୍ଜାମ ଜିଲ୍ଲା ପୋଲସରା ରାମ୍ପୁଡ଼ି ଗ୍ରାମରେ । ମୃତକ ଜଣକ ହେଲେ କାର୍ତ୍ତିକ ଶବର (୪୦) । ୬ ମାସ ତଳେ କାର୍ତ୍ତିକ ସେହି ଗ୍ରାମର ଲଡୁ ଶବର ନାମକ ଜଣେ ବ୍ୟକ୍ତିଙ୍କ ଝିଅ ପ୍ରତି ଅସଦାଚରଣ କରିଥିଲେ । ଏହାକୁ ନେଇ ବିବାଦ ଲାଗି ରହିଥିଲା । ଘଟଣା ପରେ କାର୍ତ୍ତିକ ଫେରାର ହୋଇଯାଇଥିଲେ ।
ତେବେ ପ୍ରତିଶୋଧ ନେବାକୁ ଲଡୁ ସୁଯୋଗ ଖୋଜୁଥିଲେ । ଗତକାଲି ସନ୍ଧ୍ୟାରେ କାର୍ତ୍ତିକଙ୍କ ଘର ପଛପଟେ ଲୁଚି ରହିଥିଲେ ଲଡୁ । କାର୍ତ୍ତିକଙ୍କୁ ଦେଖିବା ମାତ୍ରକେ ସେ ଦେଶୀ ବନ୍ଧୁକରେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଘଟଣା ସ୍ଥଳରେ ହିଁ ଲଡୁ ଟଳି ପଡ଼ିଥିଲେ । ଖବର ପାଇ ପୁରୁଷୋତ୍ତମପୁର ଏସଡିପିଓ ସୂର୍ଯ୍ୟମଣି ପ୍ରଧାନ ଓ ପୋଲସରା ଥାନା ଅଧିକାରୀ ଜିତେନ୍ଦ୍ର କୁମାର ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ । କାର୍ତ୍ତିକଙ୍କ ପତ୍ନୀ ପ୍ରମିତାଙ୍କ ଏତଲା ଅନୁସାରେ କେସ ନମ୍ବର ୩୭ ଅନୁସାରେ ଏକ ହତ୍ୟା ମାମଲା ରୁଜୁ ହୋଇଛି । ସାଇଣ୍ଟଫିକ ଟିମ୍ ପହଞ୍ଚି ଛାନଭିନ କରିଥିବା ବେଳେ ଅଭିଯୁକ୍ତ ଲଡୁଙ୍କୁ ଅଟକ ରଖାଯାଇଛି । ତାଙ୍କଠାରୁ ଦେଶୀ ବନ୍ଧୁକ ଜବତ କରିଥିବା ଜଣାପଡ଼ିଛି ।




admin 