ଜେଟର ୨୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ ସ୍ପାଇସ ଜେଟ

ଜେଟର ୨୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ ସ୍ପାଇସ ଜେଟ

ଜେଟର  ୨୦୦୦ କର୍ମଚାରୀଙ୍କୁ ନିଯୁକ୍ତି ଦେବ ସ୍ପାଇସ ଜେଟ
ସିଓଲ: ଆର୍ଥିକ ସଙ୍କଟ କାରଣରୁ ଗତ ଏପ୍ରିଲ ମାସରୁ ବନ୍ଦ ହୋଇଯାଇଥିବା ଘରୋଇ ବିମାନ ସେବା କମ୍ପାନି ଜେଟ ଏୟାରୱେଜର ୨୦୦୦ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ଭାରତର ଅନ୍ୟତମ ପ୍ରମୁଖ ଘରୋଇ ଏୟାରଲାଇନ୍ସ ସ୍ପାଇସ ଜେଟ ନିୟୁକ୍ତି ପ୍ରଦାନ କରିବ । ଏମାନଙ୍କ ମଧ୍ୟରେ ପାଇଲଟ , କେବିନ କ୍ରିଉ ସମେତ ଅନ୍ୟାନ୍ୟ କର୍ମଚାରୀ ରହିବେ । ପୂର୍ବରୁ ଜେଟ ଏୟାରୱେଜର ପ୍ରାୟ ୧୧୦୦ ପର୍ଯ୍ୟନ୍ତ କର୍ମଚାରୀଙ୍କୁ ସ୍ପାଇସ ଜେଟ ନିଯୁକ୍ତି ଦେଇ ସାରିଥିବାବେଳେ ଆଉ ୯୦୦ କର୍ମଚାରୀଙ୍କୁ ଆଗାମୀ ଦିନରେ ନିଯୁକ୍ତି ଦେବାର ଯୋଜନା ରହିଛି । ସ୍ପାଇସ ଜେଟର ସିଏମଡି ଅଜୟ ସିଂହ ପିଟିଆଇକୁ ଦେଇଥିବା ଏକ ସାକ୍ଷାତକାରରେ ଏହି ସୂଚନା ଦେଇଛନ୍ତି ।