ଜୁଲାଇ ମାସ ଶେଷ ସୁଦ୍ଧା ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ କରିବାକୁ ନିଦେ୍ର୍ଧଶ ଦେଲେ ସୁପ୍ରିମ କୋର୍ଟ
ଜୁଲାଇ ମାସ ଶେଷ ସୁଦ୍ଧା ଦ୍ୱାଦଶ ପରୀକ୍ଷା ଫଳ ପ୍ରକାଶ କରିବାକୁ ନିଦେ୍ର୍ଧଶ ଦେଲେ ସୁପ୍ରିମ କୋର୍ଟ
ନୂଆଦିଲ୍ଲୀ:କରୋନା ମହାମାରୀ କାରଣରୁ ଏବେବି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଆଜି ରାଜ୍ୟ ମାନଙ୍କୁ ଚରମ ବାଣି ଶୁଣାଇଛନ୍ତି ସୁପ୍ରିମକୋର୍ଟ । ଆଉ ବିଳମ୍ବ ନକରି ୧୦ ଦିନ ମଧ୍ୟରେ ମୂଳ୍ୟାୟନ ପଦ୍ଧତି ବିଷୟରେ କୋର୍ଟରେ ଦାଖଲ କରିବା ସହିତ ଜୁଲାଇ ମାସ ଶେଷ ସୁଦ୍ଧା ରାଜ୍ୟ ବୋର୍ଡ ମାନେ ଯେଭଳି ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶିତ କରିପାରିତ ସେନଇ ପ୍ରସ୍ତୁତି କରନ୍ତୁ ବୋଲି ଆଜି ସୁପ୍ରିମ କୋର୍ଟ ରାଜ୍ୟ ବୋର୍ଡ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇ ବର୍ଷ ହେଲା କରୋନା ମହାମାରୀ କାରଣରୁ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଅନିଶ୍ଚିତତା ଭିତରେ ଗତୁକରୁଥିବା ବେଳେ ଏବେବି ପରିସ୍ଥିତି ସୁଧୁରିନି । ଏଭଳି ସ୍ଥିତିରେ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷାକୁ ନେଇ ଅଧିକ ଚିନ୍ତା ରହିଥିଲା । ମାତ୍ର କିଛି ରାଜ୍ୟ ସଂକ୍ରମଣ ଦୃଷ୍ଟିରୁ ପରୀକ୍ଷା ବାତିଲ୍ କରିଥିବା ବେଳେ ଆଉ କିଛି ରାଜ୍ୟ ଏବେବି ପରୀକ୍ଷା ପାଇଁ ପ୍ରସ୍ତୁତି ଚଳାଇଛନ୍ତି । ବର୍ତମାନ ସ୍ଥିତି ପିଲା ମାନଙ୍କ ଜୀବନ ଓ ଭବିଷ୍ୟତ ଖେଳ ନଖେଳି ଏକ ସୁବ୍ୟସ୍ତିତ ଯୋଜନା କରନ୍ତୁ ବୋଲି କୋର୍ଟ ସମସ୍ତ ରାଜ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।




admin 