ଜୁଲାଇ ପହିଲାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା
ଜୁଲାଇ ପହିଲାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା
ଭୁବନେଶ୍ୱର: ରାଜ୍ୟରେ କେତେକ ସ୍ଥାନରେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ତେବେ ଜୁନ ୩୦ରେ ରାଜ୍ୟର ବିଭିନ୍ନ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଜୁଲାଇ ପହିଲାରେ ଉତ୍ତର ଓ ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ଆକଳନ କରିଛି । ଗତକାଲି ସମୁଦ୍ର ପତ୍ତନରେ ଥିବା ନିମ୍ନଚାପ ରେଖା ରବିବାର ଉତ୍ତର ପଶ୍ଚିମ ଉତ୍ତରପ୍ରଦେଶରୁ ପୂର୍ବ ଉତ୍ତରପ୍ରଦେଶ, ଦକ୍ଷିଣ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ମଧ୍ୟ ଦେଇ ଉତ୍ତର ପଶ୍ଚିମ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ଏଥିସହିତ ଉତ୍ତର ଛ୍ତିଶଗଡ଼ ଏବଂ ତାର ଆଖପାଖ ଅଞ୍ଚଳରେ ଏକ ଘୂଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ୩.୧ କିମି ପର୍ଯ୍ୟନ୍ତ ସକି୍ରୟ ରହିଛି । ତା ଛଡ଼ା ଆନ୍ଧ୍ର ଉପକୂଳ ତାର ଆଖ ପାଖ ଅଞ୍ଚଳରେ ମଧ୍ୟ ସମୁଦ୍ର ପତ୍ତନରୁ ୪.୫ କିମି ଯାଏଁ ଗୋଟିଏ ଘୂର୍ଣ୍ଣିବଳୟ ସକି୍ର ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ କୋରାପୁଟ, ମାଲକାନଗିରି, ରାୟଗଡ଼ା, ନବରଙ୍ଗପୁର, ଗଜପତି ଓ କନ୍ଧମାଳ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ବଜ୍ରପାତ ସହିତ ବର୍ଷା ହେବାର ସମ୍ଭାବନା ରହିଛି ।




admin 