ଜୁନ୍‌ ୧ରୁ ଛେନା ଓ ପନିରର ବର୍ଦ୍ଧିତ ଦର

ଜୁନ୍‌ ୧ରୁ ଛେନା ଓ ପନିରର ବର୍ଦ୍ଧିତ ଦର

ଜୁନ୍‌ ୧ରୁ ଛେନା ଓ ପନିରର ବର୍ଦ୍ଧିତ ଦର

ଭୁବନେଶ୍ୱର : ଜୁନ୍ ୧ରୁ ରାଜଧାନୀରେ ଲାଗୁ ହେବ ବର୍ଦ୍ଧିତ ଛେନା ଓ ପନିର୍ ଦାମ୍।  ଛେନା କେଜି ପିଛା ୧୮୦ଟଙ୍କା ଓ ପନିର୍ କେଜି ୨୫୦ଟଙ୍କାରେ ବିକ୍ରି ହେବ ବୋଲି ଭୁବନେଶ୍ୱର ଦୁଗ୍ଧଜାତ ଦ୍ରବ୍ୟ ବ୍ୟବସାୟୀ ସଂଘ ପକ୍ଷରୁ କୁହାଯାଇଛି । ସଂଘ ପକ୍ଷରୁ ଏକ ପ୍ରେସ୍ ବିବୃତିରେ କୁହାଯାଇଛି ଯେ, ଓମଫେଡ୍ ପକ୍ଷରୁ ଗତ ଏପ୍ରିଲ୨୧ରେ କ୍ଷୀର ଲିଟର ପିଛା ୨ଟଙ୍କା ବଢିବା ପରେ ସଂଘର ସଦସ୍ୟଙ୍କ ଉପରେ କ୍ଷୀର ସଂଗ୍ରହରେ ଆର୍ଥିକ ଚାପ ସୃଷ୍ଟି ହୋଇଛି ।

ଏପରିକି ଏବେ ପ୍ରତି କେଜି ଛେନା ଉପରେ ୧୨ଟଙ୍କା କ୍ଷତି ସହିବାକୁ ପଡୁଛି । କେବଳ ସେତିକି ନୁହେଁ, ଡିଜେଲ ଓ ପେଟ୍ରୋଲ ଦାମ୍ ବଢୁଥିବାରୁ ଗ୍ରାମଞ୍ଚଳରୁ ଛେନା ଆଣି ରାଜଧାନୀରେ ଯୋଗାଇବା ଦ୍ୱାରା ଅଧିକ ଆର୍ଥିକ ବୋଝ ପଡୁଛି । ତେଣୁ ଜୁନ୍ ୧ରୁ ଛେନା ଓ ପନିର୍ ଦର ବଢାଇବାକୁ ନିଷ୍ପତ୍ତି ହୋଇଛି । ଏହି ପୁନଃନତର୍ଦ୍ଧାରିତ ଦର ଭୁବନେଶ୍ୱରର ସମସ୍ତ ମିଷ୍ଟାନ୍ନ ଭଣ୍ଡାରରେ ଲାଗୁ ହେବ ବୋଲି ସଂଘର ସଭାପତି ଦିଲ୍ଲୀପ ହାଲି କହିଛନ୍ତି ।