ଜୁନରେ ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଜୁନରେ ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଜୁନରେ ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର : ଆସନ୍ତା ଜୁନରେ ରାଜ୍ୟରେ ସମବାୟ ନିର୍ବାଚନ ହେବ  । ଏନେଇ ସମବାୟ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି  ।  ଜୁନ ୧୯ ଓ ଜୁନ ୨୬ରେ ପ୍ରାଥମିକ ସମବାୟ ସମିତିର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ  । ଗତ ମାର୍ଚ୍ଚ ୩୦ରେ ଏସଂକ୍ରାନ୍ତରେ ରାଜ୍ୟ ସମବାୟ ନିର୍ବାଚନ କମିଶନ ଏନେଇ ରାଜ୍ୟ ସରକାରଙ୍କୁ ସୁପାରିଶ କରିଥିଲେ  । ଏହା ଆଧାରରେ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି  ।

ଓଡ଼ିଶା ସମବାୟ ଆଇନ ୧୯୬୨ର ନୀତି ଆଧାରରେ ଏହି ନିର୍ବାଚନ ଅନୁଷ୍ଠିତ ହେବ  । ଫଳରେ ପୁଣି ରାଜନୈତିକ ତାତି ବଢ଼ିଯାଇଛି  । ସମବାୟଗୁଡ଼ିକରେ ନିର୍ବାଚିତ ପ୍ରତିନିଧିମାନଙ୍କ କାର୍ଯ୍ୟକାଳ ବହୁଦିନ ହେଲା ସରିଯାଇଛି  । କିନ୍ତୁ ସମବାୟ ନିର୍ବାଚନ କରାଯାଉନଥିବାରୁ ସରକାରଙ୍କୁ ବିଭିନ୍ନ ଆଡ଼ୁ ସମାଲୋଚନାର ଶରବ୍ୟ ହେବାକୁ ପଡୁଥିଲା  । ସମବାୟ ସମିତିରେ ଯେଉଁମାନେ ପଞ୍ଜୀକୃତ ଅଛନ୍ତି, ଋଣ ନେଇଛନ୍ତି ସେମାନେ ହିଁ ଭୋଟର ଭାବେ ଭୋଟଦାନ କରିଥା’ନ୍ତି  । ପ୍ରାଥମିକ ସମବାୟ ସମିତି ନିର୍ବାଚନ ଶେଷ ହେବାପରେ ଜିଲ୍ଲା ସମବାୟ ସମିତି ଓ ରାଜ୍ୟ ସମବାୟ ସମିତିର ନିର୍ବାଚନ କରାଯିବ  । ବିଶେଷକରି ଚାଷୀମାନେ ସମବାୟ ସମିତିରେ ଭୋଟର ଥିବାରୁ ଏହି ନିର୍ବାଚନ ବେଶ ମହତ୍ୱପୂର୍ଣ୍ଣ  ।