ଜୀବନ ନେଲା ଗୁଗୁଲ ମ୍ୟାପ

ଜୀବନ ନେଲା ଗୁଗୁଲ ମ୍ୟାପ

ଜୀବନ ନେଲା ଗୁଗୁଲ ମ୍ୟାପ

ଜ୍ଞାନକୌଶଳ ଉପରେ ଆମେ ବର୍ତ୍ତମାନ ନିର୍ଭର କରି ଚଳୁଛେ । ସବୁ କାମ ସହଜ କରୁଥିବା ଏହି କୌଶଳ ପାଇଁ ଅନେକଙ୍କ ଜୀବନ ମଧ୍ୟ ଗଲାଣି । ନିକଟରେ ଆମେରିକାର ଜଣେ ବ୍ୟକ୍ତି ଗୁଗୁଲ ମ୍ୟାପ ବ୍ୟବହାର କରି ଘରକୁ ଫେରୁଥିବା ବେଳେ ପ୍ରାଣ ହରାଇଛନ୍ତି । ଉତ୍ତର କ୍ୟାରୋଲିନା ବାସିନ୍ଦା ଫିଲ ପ୍ୟାକସନ ନିଜ ଝିଅ ଜନ୍ମଦିନ ପାର୍ଟିରେ ଯୋଗ ଦେଇ ଘରକୁ ଫେରୁଥାନ୍ତି । ବର୍ଷା ଜୋରରେ ହେଉଥାଏ । ପ୍ୟାକସନ ଯାଇଥିବା ଗନ୍ତବ୍ୟସ୍ଥଳଟି ତାଙ୍କ ଘରଠାରୁ ବେଶ ଦୂରରେ ଥିଲା । ସେ ଗୁଗୁଲ ମ୍ୟାପ ବ୍ୟବହାର କରି ଝିଅର ପାର୍ଟି ଠିକଣାସ୍ଥଳରେ ପହଞ୍ଚିଥିଲେ । ବର୍ଷା ଦେଖି ସେ ଶୀଘ୍ର ବାହାରି ଆସିଲେ । ମ୍ୟାପ ନିଦେ୍ର୍ଧଶ ଅନୁସାରେ ପ୍ୟାକସନ ଗାଡ଼ି ଚଳାଉଥାନ୍ତି । ଗୁଗୁଲ ମ୍ୟାପ ଯେ ତାଙ୍କୁ ଭୁଲ ଦିଗରେ ନେଉଛି ଏକଥା ସେ ଜାଣିପାରିଲେନି । ସେଇ ସମୟରେ ପ୍ୟାକସନଙ୍କ ଶାଶୁ ଫୋନ କରି ସେ କେତେବାଟ ପହଞ୍ଚିଲେଣି ବୋଲି ପଚାରିଲେ । ଗୁଗୁଲ ମ୍ୟାପ ଦେଖି ସେ ଯାଉଥିବା କହି ଫୋନ ରଖିଲେ ।

କିଛି ବାଟ ଯିବା ପରେ ସେ ଗୋଟିଏ ପୋଲ ଅତିକ୍ରମ କଲେ । ପୋଲଟି ପୁରୁଣା, ତା’ ସହ ଭାଙ୍ଗିରୁଜି ମଧ୍ୟ ଯାଇଥିଲା । ଅଳ୍ପ ବାଟ ପ୍ୟାକସନଙ୍କ ଗାଡ଼ି ଯିବା ପରେ କାରଟି ପୋଲ ତଳକୁ ଖସିପଡ଼ିଥିଲା । ସେହି ଘଟଣାରେ ପ୍ୟାକସନ ପ୍ରାଣ ହରାଇଥିଲେ । ତହିଁ ଆରଦିନ ସକାଳୁ ପାଖ ଆଖରେ ରହୁଥିବା ଲୋକ ଗାଡ଼ିଟିଏ ପୋଲତଳେ ପଡ଼ିଥିବାର ଦେଖି ପୁଲିସକୁ ଜଣାଇଥିଲେ । ଗୁଗୁଲ ମ୍ୟାପ ଦେଖି ବାଟବଣା ହୋଇ ଏହି ମାରାତ୍ମକ ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଆଧୁନିକ ଜ୍ଞାନକୌଶଳକୁ ଆମେ କେତେ ଦୂର ଗ୍ରହଣ କରି ପାରିବା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।