ଜାରିହେଲା ଭୁବନେଶ୍ୱରର କରୋନା ରୋଗୀ ଚିହ୍ନଟ ହୋଇଥିବା ଅଂଚଳର ମ୍ୟାପ

ଜାରିହେଲା ଭୁବନେଶ୍ୱରର କରୋନା ରୋଗୀ ଚିହ୍ନଟ ହୋଇଥିବା ଅଂଚଳର ମ୍ୟାପ

ରାଜ୍ୟରେ ୪୨ ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବାବେଳେ ରାଜଧାନୀ ଭୁବନେଶ୍ୱର ପାଲଟିଛି କରୋନା ହଟସ୍ପଟ । କେବଳ ଭୁବନେଶ୍ୱରରୁ ହିଁ ୩୪ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଛି । କେଉଁ ଅଂଚଳରେ କେତେ ରୋଗୀ ଅଛନ୍ତି ସେନେଇ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ଏକ ମାନଚିତ୍ରରେ ଦର୍ଶାଯାଇଛି । ତଥ୍ୟ ଅନୁଯାୟୀ, ଭୁବନେଶ୍ୱରର ବମିଖାଲ ଅଂଚଳରେ ସର୍ବାଧିକ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ କରାଯାଇଛି । ଯେତେବେଳେକି ସତ୍ୟନଗରରେ ୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସହିଦନଗର, ଝାରପଡ଼ା, ବିଜେବି ନଗର, ବଡ଼ଗଡ଼ ଭିଲେଜ, ୟୂନିଟ ୪, ୟୂନିଟ୫, କପିଳ ପ୍ରସାଦ ଓ ଜିମଖାନା ପାମ ହାଇଟସରେ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅପରପକ୍ଷରେ ସୂର୍ଯ୍ୟନଗରରେ ୮ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ରାଜଧାନୀର ହଟସ୍ପଟଗୁଡ଼ିକୁ ସିଲ କରାଯିବା ସହ କରୋନା ସନ୍ଦିଗ୍ଧଙ୍କୁ ଖୋଜାଯାଉଛି । କେତେକଙ୍କର ପରୀକ୍ଷା ପାଇଁ ନମୁନା ଯାଇଥିବାବେଳେ କେତେକଙ୍କୁ କ୍ୱାରେଂଟାଇନରେ ରଖାଯାଇଛି ।