ଜାନୁୟାରୀ ୧୦ରୁ ଦିଆଯିବ ବୁଷ୍ଟର ଡୋଜ୍

ଜାନୁୟାରୀ ୧୦ରୁ ଦିଆଯିବ ବୁଷ୍ଟର ଡୋଜ୍

ଜାନୁୟାରୀ ୧୦ରୁ ଦିଆଯିବ ବୁଷ୍ଟର ଡୋଜ୍

ନୂଆଦିଲ୍ଲୀ: କୋରୋନାର ନୂଆ ଭ୍ୟାରିଏଣ୍ଟ ଓମିକ୍ରନ ନେଇ ସାରା ଦେଶରେ ଭୟ ବଢିବାରେ ଲାଗିଥିବା ବେଳେ ଦେଶକୁ ସମ୍ବୋଧିତ କରି ବଡ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜାନୁଆରୀ ୩ ରୁ ୧୫-୧୮ ବର୍ଷ ବୟସ୍କଙ୍କ ଟୀକାକରଣ ଆରମ୍ଭ ହେବାକୁ ଯାଉଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ସେହିପରି ଚିକିତ୍ସା ସେବାରେ ନିୟୋଜିତ ଥିବା କର୍ମଚାରୀ ଏବଂ ଫ୍ରଣ୍ଟ ଲାଇନ କର୍ମଚାରୀଙ୍କୁ ଜାନୁୟାରୀ ୧୦ ରୁ ବୁଷ୍ଟର ଡୋଜ ମାତ୍ରା ଦିଆଯିବ ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି  ।ଏହାସହିତ ଜାନୁୟାରୀ ୧୦ ରୁ ୬୦ ବର୍ଷରୁ ଅଧିକ ବୟସ୍କ କିମ୍ବା ଗୁରୁତର ରୋଗରେ ପୀଡିତ ବ୍ୟକ୍ତିଙ୍କୁ ମଧ୍ୟ ଡାକ୍ତରଙ୍କ ପରାମର୍ଶ କ୍ରମେ ବୁଷ୍ଟର ଡୋଜ ପ୍ରଦାନ କରାଯିବା ନେଇ ଘୋଷଣା ହୋଇଛି । ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ବଢୁଥିବା ଓମିକ୍ରନର ସଂକ୍ରମଣକୁ ଦେଖି ଭୟ କରିବାର ଆବଶ୍ୟକତା ନାହିଁ । କେବଳ ସତର୍କତା ଓ କୋଭିଡ ପ୍ରୋଟକଲର ସଠିକ ଅନୁପାଳନ ହିଁ ଆମକୁ ମହାମାରୀରୁ ରକ୍ଷା କରିପାରିବ ।